ସଞ୍ଜୟ ଲେଙ୍କା ବିଜୁଜନତା ଦଳ କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭାବେ ଗୁରୁଦାୟିତ୍ଵ ବହନ କଲେ !

0

ପଟ୍ଟାମୁଣ୍ଡାଇ ୧୩/୮: ବରିଷ୍ଠ ବିଜେଡି ନେତା ସଞ୍ଜୟ କୁମାର ଲେଙ୍କା କେନ୍ଦ୍ରାପଡା ଜିଲ୍ଲା କମିଟିରେ ସମ୍ପାଦକ ଭାବେ ଗୁରୁଦାୟିତ୍ଵ ବହନ କରିଛନ୍ତି । ଶ୍ରୀ ଲେଙ୍କା ୨୦୦୭ ମସିହାରେ ଵଡମୂଳଵସନ୍ତ ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।ପରେ ୨୦୧୭ ମସିହାରେ ପଟ୍ଟାମୁଣ୍ଡାଇ ବ୍ଲକର ଯୁବ ବିଜୁଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦକ୍ଷତାର ସହିତ ସମ୍ପାଦନ କରିଥିଲେ। ବର୍ତ୍ତମାନ ଵଡମୂଳଵସନ୍ତ କୃଷି ସମବାୟ ସମିତିର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତ । ସେ ନିଜର ପ୍ରତିକ୍ରିୟା ପ୍ରକାଶକରି କହିଛନ୍ତି ଯେ,ମୋ ଭଳି ଜଣେ ସାଧାରଣ କର୍ମୀ ଉପରେ ଆସ୍ଥା ପ୍ରକଟ କରିଥିଵାରୁ ମୁଁ ଆମର ପ୍ରିୟ ନେତା ପୂର୍ବତନ ମୂଖ୍ୟମନ୍ତ୍ରୀ, ବିରୋଧିଦଳ ନେତା ତଥା ବିଜୁଜନତା ଦଳର ସୁପ୍ରିମୋ
ନବିନ ପଟ୍ଟନାୟକ, କେନ୍ଦ୍ରାପଡା
ବିଧାୟକ ଗଣେଶ୍ଵର ବେହେରା,
ରାଜନଗର ବିଧାୟକ ଧୃବ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ସଭାପତି ଶିବପ୍ରସାଦ ଵଳଙ୍କୁ ଗଭିର
କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ସଂଗଠନ ପକ୍ଷରୁ ମୋତେ ଯେଉଁ ଦାଇତ୍ୱ ମିଳିଛି ତାହାକୁ ମୁଁ ସଂପୂର୍ଣ୍ଣ ନିଷ୍ଠା ଓ ସାଧୁତାର ସହ ତୁଲାଇବା ସହିତ ଦଳକୁ ଆହୁରି ମଜବୁତ କରିବା ପାଇଁଁ କାର୍ଯ୍ୟ କରିବି।

Leave A Reply

Your email address will not be published.