ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଦାନ ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କଲେ ମାଁ ସମଲେଶ୍ୱରୀ ଦଶହରା କମିଟି

ସମ୍ବଲପୁର : ମାଁ ସମଲେଶ୍ୱରୀ ମନ୍ଦିର ଦଶହରା କମିଟି ତରଫରୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କରାଯାଇଛି । ମାଁ ସମଲେଶ୍ୱରୀ ଓ ମାଁ ଭୁବନେଶ୍ୱରୀଙ୍କ ପର୍ଭା ନିର୍ମାଣ ସକାଶେ ଏହି ସହଯୋଗ ରାଶି ମାଁ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କୁ ପ୍ରଦାନ କରାଯାଇଛି ।

ଦଶହରା କମିଟି ଏହି ଅର୍ଥକୁ ମାଁ ସମଲେଶ୍ୱରୀଙ୍କ ସେବାରେ ସମର୍ପଣ କରିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି ଅର୍ଥ ରାଶି ପ୍ରଦାନ ସମୟରେ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments are closed.