ସମଗ୍ର ବିଶ୍ୱରେ ଆଜି ପାଳନ ହେବ ଆର୍ଥ ଆୱାର ।

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆଜି ପାଳନ ହେବ ଆର୍ଥ ଆୱାର । ଘଣ୍ଟାକ ପାଇଁ ଅନ୍ଧାର ହେବ ପୁରା ଦୁନିଆ । ଆଜି ରାତି ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳନ କରାଯିବ ସହ ୧ଘଣ୍ଟା ବିଦ୍ୟୁତ କାଟ ହେବ । ବିନା ବିଦ୍ୟୁତରେ ଘଣ୍ଟାଏ ସମୟ ବିତାଇବେ ବିଶ୍ୱବାସୀ । ଏହି ଦିବସଟି ପ୍ରତି ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପାଳିତ ହୋଇଥାଏ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି । ୨୦୧୮ରୁ ଏହି ଦିବସ ସାରା ବିଶ୍ୱରେ ପାଳନ ହେଉଛି । ଅନାବଶ୍ୟକ ବିଦ୍ୟୁତ ଉପକରଣକୁ ବନ୍ଦ ରଖିବାକୁ ବାଲୁକା କଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Comments are closed.