ଭୁବନେଶ୍ବର: ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଲେଟସ ସଟଲ ୨.୦’ ମଞ୍ଚରେ ରୁଚି ଫୁଡଲାଇନର ନୂଆ ଉତ୍ପାଦ ହଳଦୀ କ୍ୟାପ୍ସୁଲ ‘ହେଲୋ ଆୟୁର୍ବେଦ’କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ରୁଚି ପରିବାରର ମୁଖ୍ୟ ଶରତ କୁମାର ସାହୁ କହିଛନ୍ତି ଯେ କରୋନା ସମୟରୁ ଆମେ ରୋଗ ପ୍ରତିରୋଧକ ଶକ୍ତି ନେଇ ଅଧିକ ସଚେତନ ହୋଇଛୁ। ସେଥିପାଇଁ ହେଲୋ ଆୟୁର୍ବେଦକୁ ଉନ୍ମୋଚନ କରାଯାଇଛି। ହଳଦୀରେ ‘କୁରକୁମିନ’ ନାମକ ଏକ ବହୁ ଉପକାରୀ ଉପାଦାନ ରହିଛି ଯାହା ବିଭିନ୍ନ ଜଟିଳ ରୋଗ ଭଲ କରିବାରେ ସହାୟକ ହୋଇଥାଏ। ରୁଚି ସର୍ବଦା ଗ୍ରାହକମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଆସିଛି ବୋଲି ରୁଚି ଫ୍ରୋଜିଟ୍ର ନିର୍ଦ୍ଦେଶିକା ରଶ୍ମି ସାହୁ କହିଛନ୍ତି। ଏହି ଅବସରରେ କମ୍ପାନିର କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀ ଅଶୋକ ନାୟକ ଓ ମାର୍କେଟିଂ ମୁଖ୍ୟ ଦେବବ୍ରତ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି କ୍ୟାପ୍ସୁଲ୍କୁ ଅନଲାଇନ୍ରେ ଓ ରୁଚି ଷ୍ଟୋର୍ରୁ କିଣିହେବ। ଏହା ଖେଳାଳିମାନଙ୍କ ଲାଗି ମଧ୍ୟ ଉପଯୋଗୀ।
Sign in
Sign in
Recover your password.
A password will be e-mailed to you.
Comments are closed.