ଆକାଶମାର୍ଗରୁ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟର ବନ୍ୟା ପରିସ୍ଥିତିର ସ୍ଥିତିଗତ ଆକଳନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗୁରୁବାର ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି। ସେ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଏବଂ ବନ୍ୟାର ପ୍ରଭାବ ଅନୁଧ୍ୟାନ କରିଛନ୍ତି।

ଏହି ଆକାଶ ସମୀକ୍ଷା ସମୟରେ ରାଜସ୍ୱ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର (SRC) ମଧ୍ୟ ମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ନଦୀର ଜଳସ୍ତର, ଜଳମଗ୍ନ ଗ୍ରାମ, ଯୋଗାଯୋଗ ବ୍ୟବସ୍ଥା ଓ ଫସଲ କ୍ଷୟକ୍ଷତି ସମ୍ପର୍କରେ ସେମାନେ ସ୍ଥିତି ପରଖିଥିଲେ।

Leave A Reply

Your email address will not be published.