ଆର,ଉଦୟଗିରି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ସମ୍ବଳିତ ଦାବିପତ୍ର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।ବୁଧବାର ଦିନ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଗଜପତି ଶାଖାର ଉପଦେଷ୍ଟା ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ। ସଂଘର ପ୍ରମୁଖ ଦାବି ଗୁଡିକ ମଧ୍ୟରେ ୨୦୨୫ ମସିହା ମାର୍ଚ୍ଚ ମାସ ସଂସଦରେ ପାରିତ ପେନସନ ନିୟମ ଆଇନ, ୨୦୨୫କୁ ପ୍ରତ୍ୟାହାର କରାଯାଉ ଏବଂ ଡି.ଏସ୍. ନାକାରା ରାୟ ଆଧାରରେ ପ୍ରତ୍ୟେକ ପେନସନ ଭୋଗୀଙ୍କୁ ସମାନ ପେନସନ ସଂଶୋଧନ ସହିତ ଭବିଷ୍ୟତ ବେତନ କମିଶନର ସୁବିଧା ପ୍ରଦାନ,ପେନସନ ସଂଶୋଧନ ପାଇଁ ୫୦% ମହଙ୍ଗା ଭତ୍ତା/ମହଙ୍ଗା ରିଲିଫକୁ ବେତନ/ ପେନସନ ସହିତ ମିଶ୍ରଣ, ସମସ୍ତ ରାଜ୍ୟ ପେନସନର ମାନଙ୍କ ପାଇଁ ସରକାରୀ/ସାର୍ବଜନୀନ ସ୍ବାସ୍ଥ୍ୟସେବାକୁ ସୁଦୃଢ଼, ପେନସନଭୋଗୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ଏବଂ ନିର୍ଦ୍ଧାରିତ ଚିକିତ୍ସାଭତ୍ତା ମିଳୁ ନ ଥିବା ରାଜ୍ୟ ପେନସନର ମାନଙ୍କୁ ଦିଆଯିବା ସଙ୍ଗେ ସଙ୍ଗେ ଉପଯୁକ୍ତ ଭାବରେ ବୃଦ୍ଧି, କର୍ମଚାରୀମାନଙ୍କ ପାଇଁ ଏନପିଏସ ଓ ୟୁପିଏସକୁ ବାତିଲ କରି ସମସ୍ତ ରାଜ୍ୟ, କେନ୍ଦ୍ର ଓ ସ୍ବୟଂଶାସିତ ସଂସ୍ଥାରେ ପୁରୁଣା ପେନସନ ଯୋଜନା ପୁନଃ ପ୍ରଚଳନ,ପେନସନ ଭୋଗୀ ମାନଙ୍କର କୋଭିଡ୍-୧୯ ସମୟର ୧୮ ମାସର ବକେୟା ଡିଏ ତୁରନ୍ତ ପ୍ରଦାନ, ପେନସନ କମ୍ୟୁଟେସନ୍ ପରିଶୋଧ ସମୟସୀମାକୁ ୧୦ ବର୍ଷ ୮ ମାସକୁ ହ୍ରାସ,୬୫ ରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତ୍ୟେକ ୫ ବର୍ଷରେ ପେନସନରେ ୧୦% ବୃଦ୍ଧି ଏବଂ ୮୦ ବର୍ଷ ବୟସ ପୂରଣ ପରେ ପ୍ରତ୍ୟେକ ୫ ବର୍ଷରେ ୨୦% ବୃଦ୍ଧି, ପେନସନଭୋଗୀ ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗ ଏବଂ କଲ୍ୟାଣ ସମ୍ବନ୍ଧୀୟ ବିଷୟର ସମାଧାନ ପାଇଁ ଏକ ଆଇନଗତ ଜାତୀୟ ବରିଷ୍ଠ ନାଗରିକ କମିଶନ ଗଠନ ନିମନ୍ତେ ଦାବି ପତ୍ର ପ୍ରଦାନ କରାଯାଇଛି।ଏହି ଅବସରରେ ସଂଘର ସଭାପତି ଶ୍ରୀ ଅଶ୍ୱିନୀ ପାଢ଼ୀ, ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ବେହେରା, ଶ୍ରୀ ବିନୋଦ ଚନ୍ଦ୍ର ଜେନା, ଶ୍ରୀ ସୁରେନ୍ଦ୍ର ନାଥ ରଥ, ଶ୍ରୀ ବିଜୟ କୁମାର ପଣ୍ଡା, ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.