ପୁଲୱାମା ସହିଦ ସ୍ମୃତିରେ ରକ୍ତଦାନ ଶିବିର,୧୫୧ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ : ପୁଲୱାମା  ଆତଙ୍କବାଦୀଙ୍କର  ଆତ୍ମଘାତି  ବିସ୍ପୋରଣ ରେ ସହିଦ ୪୦ ଜଣ ସିଆରପିଏଫ୍ ଯବାନଙ୍କ ପୁଣ୍ଯାତିଥିରେ ସହୀଦମାନେ ଦେଶ ପାଇଁ  ଦେଇଥିବା  ବଳିଦାନକୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ  ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଆଜି ସକାଳ ୮ ସମୟରେ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଫୁଲବାଣୀ ରକ୍ତ ଭଣ୍ଡାର ଠାରେ ଟିମର  ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇ ଥିଲେ। ସେଠାରୁ ପୁଲୱାମା ସହିଦ ଯବାନ ଙ୍କ ତୈଳ ଚିତ୍ର ଥିବା ଏକ  ବ୍ୟାନର  ନେଇ ଟିମର ସଦସ୍ୟ ଓ ସଦସ୍ୟାମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ  ନାରା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆୟୋଜିତ  ରକ୍ତଦାନ ଶିବିରକୁ କନ୍ଧମାଳ ଜିଲାପାଳ  ଆଶିଷ ଈଶ୍ୱର ପାଟିଲ ଉଦଘାଟନ କରିବା ସହିତ ଟିମର ଏହି କାର୍ଯ୍ୟକ୍ରମକୁ ପ୍ରସଂସା କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଜିଲା ଚିକିତ୍ସା ମୁଖ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ,  ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପଣ୍ଡା, ସିନିୟର ଆସିଷ୍ଟାଣ୍ଟ ମନୋଜ କୁମାର ପଣ୍ଡା, ଏଡିପିଏଚ ଓ ଧର୍ମେନ୍ଦ୍ର ତାଣ୍ଡି, ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ , ଜିଲା ପରିବହନ ଅଧିକାରୀ ଶିଶିର କୁମାର ସାହୁ, ଫୁଲବାଣୀ ରେଞ୍ଜର ଶିବାନନ୍ଦ ଲେଙ୍କା, ଫୁଲବାଣୀ ରକ୍ତଦାନ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ସଦସ୍ୟ ମନୋଜ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ରକ୍ତ ଭଣ୍ତାରର ଅଧିକାରୀ ଡାକ୍ତର ଜୟଦୀପ ଘୋଷଙ୍କ ନେତୃତ୍ୱରେ ଟେକ୍ନିସିଆନ୍ ଦିନକୃଷ୍ଣ ମହନ୍ତ, ସାକେତ ରାଣୀ ନାଏକ ଏବଂ କର୍ମଚାରୀ ସଞ୍ଜୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଲୁ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ।
ଏହି  ଶିବିରରେ ଫୁଲବାଣୀ ମା ବ୍ରାହ୍ମଣୀଦେବୀ ଆଳତି ବାହିନୀ,  ମୁଖ୍ୟ ଚିକିତ୍ସାଳୟ ପିପିସି ସେଣ୍ଟର କିଛି କର୍ମଚାରୀ ଫୁଲବାଣୀର କିଛି ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ , କିଛି ବିଶେଷକରି କିଛି ମହିଳା ରକ୍ତଦାତା ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ନିଜେ ରକ୍ତ ଦାନ କରିବା ସହ ରକ୍ତଦାନତା ଙ୍କୁ  ଉତ୍ସାହିତ କରିଥିଲେ। ଏଥିରେ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ରକ୍ତ ଭଣ୍ଡାରର କାର୍ଯ୍ୟକର୍ତ୍ତା ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।ଏହି ଶିବିର ରେ ୧୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Comments are closed.