ଭୁବନେଶ୍ବର, ୯।୨ : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଡଃ ଅରବିନ୍ଦ କୁମାର ପାଢ଼ୀ ଦାୟିତ୍ବ ଗ୍ରହଣ କରଛନ୍ତି। ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ସହ ଏହାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ସେ ଗୁରୁତ୍ୱାରୋପ କରିଛନ୍ତି l ଏଥିପାଇଁ ବିଭାଗର ରାଜ୍ୟ ମୁଖ୍ୟାଳୟ, ଜିଲ୍ଲା ଏବଂ ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପ୍ରେରଣ କରିଛନ୍ତି।
ରାଜସ୍ବ ପ୍ରଶାସନକୁ ଅଧିକ ସୁଦୃଢ କରିବା ପାଇଁ ୧୦ଟି ବିନ୍ଦୁ ଉପରେ ସେ ଫୋକସ ଦେଇଛନ୍ତି। ରାଜସ୍ବ ପ୍ରଶାସନକୁ ଜନମୁଖୀ, ଉତ୍ତରଦାୟୀ ତଥା ବିଶ୍ବସନୀୟ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ପ୍ରତ୍ୟେକ କାର୍ଯ୍ୟ ଓ ନିଷ୍ପତ୍ତିରେ ସଚ୍ଚୋଟତା, ବୃତ୍ତିଗତ ନିଷ୍ଠା ଓ ସମ୍ବେଦନଶୀଳତା ନୀତିକୁ ଦୃଢତାର ସହିତ ଅନୁସରଣ କରବାକୁ ସେ ପରାମର୍ଶ ଦେଇଛନ୍ତି। ସାଧାରଣ ନାଗରିକଙ୍କର ଅଭିଯୋଗକୁ ଠିକ ସମୟରେ କାର୍ଯ୍ୟକାରୀ କରିବାକୁ ପ୍ରାଥମିକତାକୁ ଦେବାକୁ କହିଛନ୍ତି। ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ଅଧିକାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ହନ୍ତତନ୍ତ ଲୁଗା ପରିଧାନ କରିବାକୁ ଅନୁରୋଧ କରିଛନ୍ତି । ଶୃଙ୍ଖଳା ରକ୍ଷା କରିବାରେ ସମସ୍ତେ ସଚେତନ ରହିବା ଆବଶ୍ୟକ । ଦୁର୍ନୀତି ପ୍ରତି ଆମର ଶୂନ୍ୟ ସହନଶୀଳତା ନୀତିକୁ ଦୃଢ ଭାବେ ପାଳନ କରିବା ସହ ରାଜସ୍ବ ବିଭାଗରେ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ଶ୍ରଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମା ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା କରିବା ବିଭାଗର ଏକ ପ୍ରମୁଖ ଅନିବାର୍ଯ୍ୟ ଦାୟିତ୍ବ ଅଟେ। ଏଥିସହ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ସେ ଚିଠି ଉଲ୍ଲେଖ କରିଛନ୍ତି।
Comments are closed.