ରାଜୀବ ଗାନ୍ଧୀ ହତ୍ୟା ମାମଲା: ସମସ୍ତ ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ‌ ଦେଲେ ଅଦାଲତ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାରୁ ଶୁକ୍ରବାର ସର୍ବୋଚ୍ଚ ନ୍ୟୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ କୌଣସି ମାମଲାରେ ସଂପୃକ୍ତ ନଥିଲେ ଉକ୍ତ ୬ ଜଣ ଯାକ ଦୋଷୀଙ୍କୁ ମୁକ୍ତ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ଏକ ଆତ୍ମଘାତୀ ବିସ୍ଫୋରଣରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମେତ ଅନ୍ୟ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଏହି ଘଟଣାର ପ୍ରଧାନ ଅଭିଯୁକ୍ତଙ୍କ ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍‌ ବିଆର୍‌ ଗାଭି ଓ ବିଭି ନାଗରତ୍ନଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଅଭିଯୁକ୍ତା ନଳିନୀ, ମୁରୁଗାନ, ସନ୍ଥନ, ଶ୍ରୀହରନ, ରୋବର୍ଟ ପୟାସ ଏବଂ ରବିଚନ୍ଦ୍ରନଙ୍କୁ ଏବେ ଜେଲ୍‌ରୁ ମୁକ୍ତ କରିବାକୁ ଶୁଣାଣି ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ନଳିନୀ ଏବଂ ଅନ୍ୟ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୩୧ ବର୍ଷ ଜେଲରେ ଥିବା ପେରାରୀବଲନଙ୍କୁ ନିକଟ‌ ଅତୀତରେ ମୁକ୍ତ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ପାଇଁ ନଳିନୀ, ତାଙ୍କ ସ୍ୱାମୀ ମୁରୁଗାନ, ସନ୍ଥନ, ଜୟକୁମାର, ପେରାରୀବଲନ, ରବିଚନ୍ଦ୍ରନ ଏବଂ ରୋବର୍ଟ ପାୟସ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଉ ସମ୍ବିଧାନର ଧାରା ୧୪୨ରେ ଥିବା କ୍ଷମତା ପ୍ରୟୋଗ କରି ସୁପ୍ରିମକୋର୍ଟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ. ଜି. ପେରାରୀବଲନ୍‌ଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇଥିଲେ। ତାଙ୍କର ଦଣ୍ଡାଦେଶ କାଟ କରିବା ଲାଗି ୨୦୧୮ରେ ତାମିଲନାଡୁ ସରକାର ସୁପାରିସ କରିଥିବା ସତ୍ତ୍ବେ ମୁକ୍ତିରେ ବିଳମ୍ବ ହେବାରୁ କାରାଗାରରେ ୩୦ ବ‌ର୍ଷରୁ ଊର୍ଦ୍ଧ୍ବ କାଳ ସଜ୍ଜା ଭୋଗି ସାରିଥିବା ପେରାରୀବଲନ୍‌ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ।

ସୂଚନା ଥାଉ କି ରାଜୀବ ଗାନ୍ଧୀ ମେ ୨୧,୧୯୯୧ରେ ତାମିଲନାଡୁର ଶ୍ରୀପେରୁମୁଦୁରରେ ଏକ ନିର୍ବାଚନ ସମାବେଶରେ ଯୋଗଦେଉଥିବାବେଳେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଏହି ମହିଳାଙ୍କ ନାମ ଧନୁ ହୋଇଥିବାବେଳେ ଏହି ଘଟଣାରେ ପେରାରୀବଲନ, ମୁରୁଗାନ୍, ସନ୍ଥାନ୍ ଏବଂ ନଳିନୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ସୁପ୍ରିମ କୋର୍ଟ ୨୦୧୪ରେ ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

Comments are closed.