ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଓ ୩ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ କାର୍ ଡିଭାଇଡର ଉପରକୁ ମାଡ଼ି ଯାଇ ଅପରପାର୍ଶ୍ୱରେ ଥିବା ବସ୍କୁ ପିଟିଥିଲା। ଏହାଫଳରେ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ମୃତକ ଜଣଙ୍କର ପରିଚୟ ମିଳିନି। କାରଟି ପଟିଆରୁ ଡମଣା ଆଡକୁ ଯାଉଥିଲା।ଗାଡ଼ିଟି ଭାଙ୍ଗି ଚୁରମାର ହୋଇଯାଇଛି।କାରରେ ୪ଜଣ ଥିବା ଜଣାଯାଇଛି।୩ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ତଦନ୍ତ କରୁଛି।
Sign in
Sign in
Recover your password.
A password will be e-mailed to you.
Comments are closed.