ରାଜଧାନୀରେ ମହିଳାଙ୍କୁ କିରାସିନି ଢାଳି ପୋଡ଼ି ହତ୍ୟା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରରେ ଜଣେ ମହିଳାଙ୍କୁ ଆଜି କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ଏନେଇ ସ୍ୱାମୀଙ୍କୁ ପଚରା ଉଚରା  ଜାରି ରହିଛି। ଘର ଭିତରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳା ଜଣଙ୍କ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ ମିନୁଶ୍ରୀ ପ୍ରହରାଜ (୫୨)।

ସୂଚନା ଅନୁସାରେ ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରସ୍ଥିତ ପ୍ଲଟ ନମ୍ବର ୨୪ରେ ମିନୁଶ୍ରୀ ପ୍ରହରାଜ ନାଁରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଛି ଏବଂ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ ମିନୁଶ୍ରୀଙ୍କ ସ୍ବାମୀ ବିଷ୍ଣୁ ମୋହନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି। ତେବେ ପୋଲିସକୁ ବିଷ୍ଣୁ ମୋହନ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଶେଷ ଥର ପାଇଁ ବୁଧବାର ରାତି ୯ଟା ୩୦ରେ ଦେଖିଥିଲେ। ଘଟଣାର ତଦନ୍ତ ସରିଲା ପରେ ମିନୁଶ୍ରୀଙ୍କ ମୃତ୍ୟୁ ସଂପର୍କରେ ଅଧିକ ସୂଚନା ମିଳିବ ବୋଲି ପୁଲିସ କହିଛି।

Comments are closed.