ରାଷ୍ଟ୍ରପତି ଭବନରେ ‘ରଜ’ ଉତ୍ସବ, ରଜ ଗୀତଠୁ ନେଇ ସମ୍ବଲପୁରୀ ନୃତ୍ୟ ପରିବେଷଣ

0

ନୂଆଦିଲ୍ଲୀ :ରାଷ୍ଟ୍ରପତି ଭବନରେ ‘ରଜ’ ଉତ୍ସବ। ରାଷ୍ଟ୍ରପତି ଭବନ ସ୍ଥିତ କଲଚରାଲ ସେଣ୍ଟରରେ ବଡ଼ ଧୂମଧାମରେ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ପାଳନ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଉତ୍ସବକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରଜ ଗୀତ, ଓଡ଼ିଶୀ, ଝୁମର ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

 

ଏହା ସହିତ ପାରମ୍ପାରିକ ପୋଡପିଠା, ମିଠା, ଦହିବରା ଆଳୁଦମ୍ ଓ ରଜଦୋଳିର ମଜା ବେଶ୍ ଆକର୍ଷଣୀୟ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ପି.କେ ମିଶ୍ର, ଶକ୍ତିକାନ୍ତ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଓଡ଼ିଶାର ଅନେକ ସାଂସଦ ଓ ରାଷ୍ଟ୍ରପତି ଭବନର କର୍ମଚାରୀମାନେ ସାମିଲ ହୋଇ ରଜ ପର୍ବର ଆନନ୍ଦ ଉପଭୋଗ କରିଥିଲେ।

Leave A Reply

Your email address will not be published.