ପୁରନ୍ଦର ନାଟ ମହୋତ୍ସବର ଅଧ୍ୟକ୍ଷ ଅରବିନ୍ଦ ବାରିକ ଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପାଳ ବିମଳେନ୍ଦୁ ରାୟ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିବାସହ ନାଟକ ମାଧ୍ୟମରେ ହିଁ ମଣିଷ ନିଜ କୁ ପ୍ରତିପାଦିତ କରିଥାଏ ବୋଲି ପ୍ରକାଶ କରି ସ୍ଵର୍ଗତ ପୁରନ୍ଦର ବାରିକ ଙ୍କ ସ୍ମୃତି ଚାରଣକରି ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ଅନ୍ୟତମ ଅତିଥି ସିନେ ଅଭିନେତା ମନୋଜ ମିଶ୍ର, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ,ଜନମୁରା ସରପଞ୍ଚ ଦମୟନ୍ତୀ ବାରିକ ଯୋଗଦେଇ ଥିଲେ। ପୁରନ୍ଦର ସ୍ମୃତି କମିଟିର ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାକୁ ସଂଯୋଜନା କରିଥିବା ବେଳେ ସଂପାଦକ ଦିଲୀପ ପାତ୍ର,, ଆନନ୍ଦ ବାରିକ,ସାନନ୍ଦ ବାରିକ,ଅଶୋକ ଜେନା,ନିଶାନ୍ତ ମହାନ୍ତି,ଜଗନ୍ନାଥ ଧରୁଆ,ଦେବାଶିଷ ପଟ୍ଟନାୟକ ଓ ଶିବ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.