ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକୁଛି କୋଭିଡ, କେନ୍ଦ୍ର ଜାରି କଲା ସତର୍କ ସୂଚନା। ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ନୂଆ ଭାରିଆଣ୍ଟ ଜେଏନ ୧ ଭାରତରେ ମିଳିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି। କେରଳରେ ପୁଣି ସଂକ୍ରମଣ ବଢ଼ିବାରୁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ନୂଆବର୍ଷ ଉତ୍ସବ ଯୋଗୁଁ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି। ଜିଲାସ୍ତରରେ ‘ସାରି’ ଓ ‘ଇଲି’ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି। ଜିଲାସ୍ତରରେ ବି ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଆରଟିପିସିଆର ଟେଷ୍ଟ ସହ ପଜିଟିଭକୁ ଜିନମ ସିକ୍ୟୁଏନସିଂ ପାଇଁ ପଠାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.