ପୁଣି ବଢିଲା କରୋନା ସଂକ୍ରମଣ; ଗତ ୨୪ ଘଣ୍ଟାରେ ୪୯ ହଜାର ୪୧୮ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଗତ ଦୁଇବର୍ଷ ହେବ ମହାମାରୀ କରୋନା ସାରା ବିଶ୍ୱରରେ ତାର କାୟା ବିସ୍ତାର କରିଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଏହି ମଣିଷ ସମାଜ । ତେବେ ଏହି କରୋନାକୁ ରୋକିବା ପାଇଁ ସମସ୍ତ ଦେଶର ସରକାରଙ୍କ ଠାରୁ ଆରମ୍ଭ କରି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ସମସ୍ତେ ପ୍ରଚେଷ୍ଚା ଜାରି ରଖିଥିଲେ । ଫଳରେ ଚଳିତ ବର୍ଷ କିଛି ମାତ୍ରାରେ କରୋନାର ଭୟ କମିଥିବା ବେଳେ ପୁଣି ଥରେ କରୋନା ତାର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ଫଳରେ ଗତ ୨୪ ଘଣ୍ଟାରେ ୪୯ ହଜାର ୪୧୮ ଜଣ ନୂଆ ପଡିଟିଭ ଚିହ୍ନଟ ହୋଇଛନ୍ତି । ଯାହାକି ପୁଣିଥରେ ସରକାର ଏବଂ ଜନସାଧାରଣଙ୍କ ଚିନ୍ତା ବଢାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ କୋରିଆରେ ମହାମାରୀ କରୋନା ଦ୍ରୁତ ଗତିରେ ତାର କାୟା ବିସ୍ତାର କରୁଛି । ଫଳରେ ଗତ ୨୪ ଘଣ୍ଟାରେ ୪୯ ହଜାର ୪୧୮ ଜଣ ନୂଆ ପଡିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ୬୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯାହାକି ସେଠିକାର ସରକାରଙ୍କ ଚିନ୍ତା ବଢାଇଦେଇଛି । ଏନେଇ ଦକ୍ଷିଣ କୋରିଆ ସରକାର ଲୋକଙ୍କୁ ସତର୍କ ଏବଂ ସାବଧାନ ରହିବାକୁ ପରାମର୍ଶ ଦେବା ସହ ସାମ୍କ ବାଧ୍ୟତା ମୂଳକ ବୋଲି ଘୋଷଣା କରିଛନ୍ତି । ଏଥିସହିତ କୈଣସି କାମ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।

Comments are closed.