ରାୟଗଡ଼ା:( ଭି ଗୌରୀଶଙ୍କର ରାଓ )ରେଲୱେ ଇଞ୍ଜିନିୟରିଂ କଲୋନୀସ୍ଥିତ ଶ୍ରୀ ଶିରିଡ଼ି ସାଇବାବା ଭଜନ ମନ୍ଦିରରେ ଆସନ୍ତା ୧୭.୦୭.୨୦୧୯ (ବୁଧବାର) ଦିନ ଗୁରୁପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ବାବାଙ୍କ ଆଶୀର୍ବାଦ ଗ୍ରହଣ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।


ଦିନସାରା ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟସୂଚୀ:
ସକାଳ ୦୬:୩୦: ପଞ୍ଚାମୃତ ଅଭିଷେକ
ସକାଳ ୦୯:୦୦: ହୋମ ଓ ପୂର୍ଣ୍ଣାହୁତି
ମଧ୍ୟାହ୍ନ ୧୨:୩୦: ନାରାୟଣ ସେବା (ପ୍ରସାଦ ସେବନ)
ସନ୍ଧ୍ୟା ୦୭:୦୦: ଦୀପ ଆରାଧନା (ପ୍ରତି ଟିକେଟର ମୂଲ୍ୟ ଟ. ୧.୦୦)
ରାତ୍ରି ୦୯:୦୦: ସ୍ଵତନ୍ତ୍ର ଭଜନ
ବିଶେଷ ପୂଜା ପାଇଁ ନିୟମାବଳୀ:
କୌଣସି ଭକ୍ତ ଟ. ୧୧୧୧/- ଦେଲେ ତାଙ୍କ ଗୋତ୍ର ଓ ନାମରେ ମନ୍ଦିରରେ ତାଙ୍କ ଇଚ୍ଛାରେ ବର୍ଷକରେ ଗୋଟିଏ ଦିନ ଆଜୀବନ ପୂଜା କରାଯିବ।
ଟ. ୫୧୦/- ଦେଲେ ତାଙ୍କ ନାମରେ ଗୁରୁବାର ଦିନ ନାରାୟଣ ସେବା କରାଯିବ।
ପ୍ରତି ମାସରେ ଟ. ୩୦/- ଦେଲେ ସେମାନଙ୍କ ନାମ ଓ ଗୋତ୍ରରେ ପ୍ରତିଦିନ ପ୍ରଥମ ପୂଜା କରାଯିବ।
ଆୟୋଜକ: ଶ୍ରୀ ଶିରିଡ଼ି ସାଇବାବା ଭଜନ ମନ୍ଦିର ଟ୍ରଷ୍ଟ, ରେଲୱେ ଇଞ୍ଜିନିୟରିଂ କଲୋନୀ,