ବାଲେଶ୍ୱର , ୩/୫(କୃଷ୍ଣ କୁମାର ମହାନ୍ତି): ଗତକାଲି ଅପରାହ୍ନରେ କବି ମଦନ କୁମାର ଦାସଙ୍କ ‘ଗୌରୀ’ କାବ୍ୟପୁସ୍ତକଟି ପାହାନ୍ତିତାରା
ସାହିତ୍ୟାନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି।
ଦୀନକୃଷ୍ଣ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ବିଶିଷ୍ଟ ସାହିତ୍ୟିକ ବ୍ରଜେନ୍ଦ୍ର ନାଥ ଗିରିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉନ୍ମୋଚନ ସଭାରେ ମୁଖ୍ୟଅତିଥି ଭାବେ ରେମୁଣା ସାହିତ୍ୟ ସଂସଦର ସମ୍ପାଦକ ସୁ-ପ୍ରାବନ୍ଧିକ ଡକ୍ଟର ଭାଗବତ ପ୍ରସାଦ ଦାସ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଗୀତିକାର ବିକର୍ତ୍ତନ ନାୟକ, ସମ୍ମାନନୀୟ ଅତିଥି ଭାବେ ସାହିତ୍ୟିକ ପୀତାମ୍ବର ଦାସ ଯୋଗ ଦେଇଥିଲେ। ସମ୍ମାନନୀୟ ବକ୍ତା ଭାବେ ବ୍ୟଙ୍ଗକବି ପଦ୍ମଲୋଚନ ପ୍ରଧାନ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିବା ସହ ପୁସ୍ତକର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରି କାବ୍ୟକାରଙ୍କ ରଚନା ଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ପରିପ୍ରେକ୍ଷୀରେ ‘କିଛି କବିତା ଓ କିଛି କଥା’ ରଖିଥିଲେ କବୟିତ୍ରୀ ସତ୍ୟଭାମା ମୁଦୁଲି, କବୟିତ୍ରୀ ଜୟନ୍ତୀ ବେହେରା, କବି ପୂର୍ଣ୍ଣଚନ୍ଦ୍ର ସିଂହ, ସାହିତ୍ୟିକ ରଣଜିତ କୁମାର ବେହେରା, ଶିଶୁ-କିଶୋର ପତ୍ରିକା ‘କିଚିରିମିଚିରି’ର ସମ୍ପାଦିକା ତଥା କବୀ ନାଲିସା ପ୍ରଧାନ। କବି ଦିଲ୍ଲୀପ ପାଲ, ଆଡ଼ଭୋକେଟ୍ ପ୍ରଦୀପ କୁମାର ଆଚାର୍ଯ୍ୟ, ସମାଜସେବୀ ବିଜନ ବିଶ୍ଵାସ, କବି ନଟବର ପାଢ଼ୀ, କବୟିତ୍ରୀ ଝରଣା ମଲ୍ଲିକ, ସାହିତ୍ୟପ୍ରାଣ ଅରୁଣ କୁମାର ଗୋଚ୍ଛାୟତ, ଫକୀର ଚରଣ ପାଢ଼ୀ, କବି ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସଭାକୁ ସଫଳ କରାଇଥିଲେ। ଶେଷକଥା ରଖିଥିଲେ ଶ୍ରୀମତୀ ଗାୟତ୍ରୀ ମିଶ୍ର ଆଚାର୍ଯ୍ୟ।
Comments are closed.