ପେଣ୍ଠପାଳ :ଵନ୍ୟା ସ୍ରୋତରେ ୨ ଭାସିଗଲେ,୧ ଉଦ୍ଧାର ନିଖୋଜ ବ୍ୟକ୍ତିକୂ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ତଲାସୀ

ପଟ୍ଟାମୁଣ୍ଡାଇ ୩୧/୮: ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଂଚାୟତ କୋଳଥିଆ ବ୍ରାହ୍ମଣସାହି ଘୋଷରା ନିକଟ ଘାଇରେ ଆଜି ଏକ ଏକ ଦୁଃଖଦ ଘଟଣା ଘଟି ଯାଇଛି I ଆଜି ଅପରାହ୍ନ ୨. ୩୦ ମିନିଟ ସମୟରେ ବାଲିକିରା ଗ୍ରାମର ତ୍ରିଲୋଚନ ରାଉଳ ଓ ବାଙ୍କ ବିହାରୀ ରାଉଳ ନିଜ କାମ ସାରି କୋଳଥିଆ ବ୍ରାହ୍ମଣ ସାହି ନିକଟରେ ଥିବା ଘୋଷରା ଘାଇ ପାର ହୋଇ ଘରକୁ ଫେରିବାକୁ ଉଦ୍ୟମ କରୁଥୁବାବେଳେ ବନ୍ୟା ସ୍ରୋତରେ ଭାସି ଯାଇଥିଲେ I ଏହା ଦେଖି ସ୍ଥାନୀୟ ଲୋକମାନେ ବାଙ୍କ ବିହାରୀ ରାଉଳଙ୍କୁ ଉଦ୍ଧାର କରିଥିବାବେଳେ ତ୍ରିଲୋଚନ ରାଉଳ (୫୫) ବନ୍ୟା ସ୍ରୋତରେ କେଉଁ ଆଡେ ନିଖୋଜ ହୋଇ ଯାଇଛନ୍ତି I ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଁଚିି ବୋଟ୍ ଏବଂ ଆବଶ୍ୟକୀୟ ଉଦ୍ଧାର ସାମଗ୍ରୀ ସାହାଯ୍ୟରେ ନିଖୋଜ ତ୍ରିଲୋଚନଙ୍କ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.