ପଟ୍ଟାମୁଣ୍ଡାଇ ୩୮ ତମ ସ୍ୱାୟତ୍ତଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ରକ୍ତଦାନ ଶିବିର ଆୟୋଜିତ !
ପଟ୍ଟାମୁଣ୍ଡାଇ ୩୧/୧: ପଟ୍ଟାମୁଣ୍ଡାଇ ମୂନସିପାଲଟି ୩୮ତମ ସ୍ଵାୟତ୍ତ ଶାସନ ଦିବସରେ ଚଳିତ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୈାରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ,ଉଦ୍ଘାଟନ ଓ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଧୃବ ସାହୁ ଓ ଜିଲ୍ଲାପାଳ ରଘୁରାମ ଆର ଆ଼ୟାର ଯୋଗଦେଇ ସାଢ଼େ ୬କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଦୁଇଟି ପୁଷ୍କରିଣୀର ଶିଳାନ୍ୟାସ କରିବା ସହିତ ୧କୋଟି ଟଙ୍କା ବ୍ୟୟରେ ଫେଷ୍ଟଭ୍ ପ୍ଲାଣ୍ଟର ଆଡମିନିଷ୍ଟେଟିଭ୍ ଵିଲିଡିଙ୍ଗ ଓ ବଜାର ସିସିଟିଭିର ଉଦଘାଟନ କରିଛନ୍ତି। ଆଜି ସକାଳୁ ରାମଧୁନ ଗାନ କରିବା ସହିତ ଡାକ୍ତରଖାନାରେ ରୋଗିମାନଙ୍କୁ ଫଳଵଣ୍ଟନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରକ୍ତଦାନ ଶିବିର ଉଦଘାଟନ କରାଯାଇଥିଲା। ପରେ ପୈାର ଅଡିଟୋରିୟମ ହଲ୍ ଠାରେ ପୈାରାଧ୍ୟକ୍ଷ ହେମନ୍ତ ସାହୁଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବିଧାୟକ ଧୃବ ସାହୁ ମୂଖ୍ୟ ଅତିଥିଭାବେ ଯୋଗଦେଇ ପଟ୍ଟାମୁଣ୍ଡାଇକୁ ଅଗ୍ରଣୀ ପୈାରପାଳିକା ଭାବେ ଗଢି ତୋଳିବା ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ ।

ପୌର ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ ପୈାରପାଳିକାର ବିଭିନ୍ନ ପ୍ରକଳ୍ପ ଆୟବ୍ୟୟ ଵିଷୟରେ ସୂଚନା ଦେଇଥିଲେ। ସମସ୍ତ ଓ୍ଵାର୍ଡର କାଉନସିଲର ମାନେ ସଭାରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। “ସହଯୋଗ” ଯୋଜନାରେ ପଟ୍ଟାମୁଣ୍ଡାଇ ପୈାରପାଳିକା ୧ ନଂ ସ୍ଥାନ ହାସଲ କରିଥିବାରୁ ଗୋଷ୍ଠି ସଙ୍ଗଠିକା ତପସ୍ଵିନୀ ଦାସଙ୍କୁ ଅତିଥିମାନେ ଉତ୍ତରୀୟ ଓ କପ୍ ପ୍ରଦାନ କରି ସମ୍ମାନିତ କରିଥିଲେ । କାଉନସିଲର ଲକ୍ଷ୍ମୀ ପ୍ରିୟା ସାହୁ, ସନ୍ତୋଷ ଦାସ,ମଳୟ ଓଝା, ପ୍ରଶାନ୍ତ ବାରିକ,ସାନିଆ ପରଓ୍ଵାନି, ମୃତ୍ୟୁଞ୍ଜୟ ପାଢ଼ୀ, ସମ୍ରାଟ କେଶରୀ ଜେନା, ସୁବାସ ମଲ୍ଲିକ, ଗୋପୀବଲ୍ଲଭ ନାୟକ,ରୀନା ମଳିକ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୈାର କର୍ମଚାରୀ ସରୋଜ ପଣ୍ଡା, ମନୋରଞ୍ଜନ ଦାଶ, ପ୍ରଫୁଲ୍ଲ ଦାଶ, ପ୍ରଭଞ୍ଜନ ସ୍ଵାଇଁ, ଗଣେଶ ପାତ୍ର, ଵିଶ୍ଵରଞ୍ଜନ ଜେନା, କେଶବ ମଲ୍ଲିକ, ପ୍ରମୋଦ ସାମଲ,ନିର୍ମଳ ନାୟକ,
ସନ୍ତୋଷ ବେହେରା, ହୃଷିକେଶ ନାଥ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।