ଭେନଜୁଏଲା: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ଭି କେ ପାଣ୍ଡିଆନ। ଏହାକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା। କାରଣ ହେଲା ଓଡିଶା ରାଜନୀତିରେ ଚହଳ ସୃଷ୍ଟି କରିଥିବା ଭି କେ ପାଣ୍ଡିଆନ ଦୀର୍ଘ ମାସ ପରେ ସେ ଲୋକଲୋଚନକୁ ଆସିଛନ୍ତି। ତେବେ ଓଡିଶାରେ ନୁହେଁ, ସେ ଭେନଜୁଏଲାରେ ଘଟିଥିବା ଭୟଙ୍କର ଭୂକମ୍ପ କ୍ଷତିଗସ୍ତ ଅଞ୍ଚଳ ଦେଖିଛନ୍ତି।ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଯେଉଁ କେତେକ ଫଟୋ ଘୁରିବୁଲୁଛି ସେଥିରୁ ସ୍ପଷ୍ଟ ଯେ, ପାଣ୍ଡିଆନ ଭେନଜୁଏଲାରେ ବିପର୍ଯ୍ୟୟ ପରିଚାଳନା କରୁଛନ୍ତି। ସେଠାରେ ସେ ପ୍ରଭାବିତ ଲୋକମାନଙ୍କ ଭଲମନ୍ଦ ବୁଝୁଛନ୍ତି। ଫଟୋରେ ଦେଖାଯାଇଛି ଯେ, ତାଙ୍କ ସହିତ ତିନି ଚାରିଜଣ ମଧ୍ୟ ଅଛନ୍ତି। ସେତିକି ନୁହେଁ ସେ ଭେନଜୁଏଲା ରାଷ୍ଟ୍ରପତି Venezueal President Delcy Rodríguez ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ସେ ତାଙ୍କ ପାଖରେ ବସି ଉଦ୍ଧାର କାର୍ଯ୍ୟ କିପରି ଚାଲିଛି ତାହା ପଚାରି ବୁଝୁଥିବାର ଫଟୋ ଓ ଭିଡିଓରୁ ଜଣାପଡିଛି।



ଏ କଥା ସ୍ପଷ୍ଟ ଯେ, ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶାରେ ଯେତେସବୁ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି ତାହାକୁ ପାଣ୍ଡିଆନ ବେଶ ଭଲ ଭାବେ ପରିଚାଳନା କରିପାରିଥିଲେ। ଯେଉଁଥି ପାଇଁ ସାରା ଦେଶ କାହିଁକି ଜାତିସଂଘ ମଧ୍ୟ ପ୍ରଶଂସା କରିଛି। ତେଣୁ ସେହି ବଡ ଅଭିଜ୍ଞତା ନେଇ ସେ ଭେନଜୁଏଲାରେ ତାଙ୍କର ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ପାଣ୍ଡିଆନ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମରେ ଭେନଜୁଏଲାରେ କ୍ଷତିଗସ୍ତ ଅଞ୍ଚଳ ବୁଲିଥିବାର ସ୍ବୀକାର କରିଛନ୍ତି। ତେବେ ଏହାକୁ ନେଇ ବିଜେଡି ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ବିଜେପି ଶିବିରରେ ଆଶ୍ଚର୍ଯ୍ୟର ବାତାବରଣ ଖେଳିଯାଇଛି।