ଭୁବନେଶ୍ବର : ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ବନ୍ଦ। ଏନେଇ କଡ଼ା ନିର୍ଦ୍ଦେଶ ଜାରି କରିଛି ରାଜସ୍ୱ ବିଭାଗ। ପଞ୍ଜୀକରଣ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥାର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ନିବନ୍ଧନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏ ସଂକ୍ରାନ୍ତରେ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନଙ୍କୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି।
ଶାରୀରିକ ଅସୁସ୍ଥତା, ଆଇନଗତ ଗିରଫଦାରୀ ଏବଂ ନିବନ୍ଧନ ଅଫିସ୍ ଯିବାରେ ଅସମର୍ଥଙ୍କ ପାଇଁ ଅଫିସ୍ ବାହାରେ ରେଜିଷ୍ଟ୍ରେସନ୍ ହୋଇପାରିବ। କିନ୍ତୁ ଜରୁରୀ ମାମଲାକୁ ଛାଡ଼ି ଅନ୍ୟ ନିବନ୍ଧନ ପ୍ରକ୍ରିୟା ଅଫିସ୍ ବାହାରେ ହୋଇପାରିବନି। ଯୁକ୍ତିସଙ୍ଗତ ମାମଲା ଭିନ୍ନ ଅଫିସ୍ ବାହାରେ ନିବନ୍ଧନ ଆଇନ୍ ସମୁଚିତ ନୁହେଁ। ବିଶେଷ ପରିସ୍ଥିତିରେ ଘରୋଇ ନିବନ୍ଧନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଜରୁରୀ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।
Comments are closed.