ଚାଷୀଙ୍କ ଠାରୁ ତିିରିଶି ଲକ୍ଷ୍ୟ ରୁ ଉଦ୍ଧ୍ବ ଲକ୍ଷାଧିକ ଟଙ୍କା ଲୁଟିନେଇ ଅଭିଯୋଗରେ ଜଣେ ଗିରଫ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)6/7/2026 –: ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେବା ଅଭିଯୋଗ ପରେ ସ୍ଥାନୀୟ ପୁଲିସ ରବିବାର ଗିରଫ କରି ସୋମବାର କୋର୍ଟ କରାଯାଇଛି । ଗଜପତି ଜିଲ୍ଲା ଆର,ଉଦୟଗିରି ଓ ନୁଆଗଡ ଅଞ୍ଚଳରୁ ଆସିଛି ଏଭଳି ଏକ ଅଭିଯୋଗ । ଦୁଇ ବ୍ଳକରେ ଥିବା ପ୍ରାୟ ୩ଶହରୁୁ ଉଦ୍ଧ୍ବ ଚାଷୀଙ୍କ ଜମରେ ଜଳ ସେଚନ ପାଇଁ ବୋର୍ ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଇ ଜଣଙ୍କ ପିଛା ୧୧ ହଜାର ଟଙ୍କାରୁ ଉଦ୍ଧ୍ବ ଯାହାକି ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ସବୁ ଚାଷୀଙ୍କ ଠାରୁ ଠକିନେଇ ଯାଇଛନ୍ତି ଦମ୍ପତି । ମାଗିଲେ ଧମକଚମକ ଦେଇଛନ୍ତି ଯେ ଗଜପତି ଜିଲ୍ଲାରେ କିଏ ମରଦ କଣ କରିବ ପୁଣି ଅଶ୍ଳୀଳ ଭାଷା ଲଗାଇ ଥିଲେ ।

ଶେଷରେ ବାଧ୍ୟ ହୋଇ ଅଞ୍ଚଳର ଶତାଧିକ ଚାଷୀ ମାନେ ଆର,ଉଦୟଗିରି ଥାନାରେ ଅଭିଯୋଗ ଦେଇଥିଲେ ।ହିଁ ଚାଷୀଙ୍କ ଆଖିରେ କଳା କନା ବୁଲେଇ ଆଦିବାସୀ ଲୋକ ବୋଲି ଭୂଆଁ ବୁଲାଉ ଥିଲେ ଦମ୍ପତି । କାରଣ ଆଦିବାସୀ ଲୋକଙ୍କ ସରଳତାର ଫାଇଦା ଉଠେଇବା ପାଇଁ ପୁଣି ଗଜପତି ଜିଲ୍ଲା ନୁଆଗଡ ବ୍ଳକ ପରିମଳ ପଞ୍ଚାୟତର ଲୋଥର ଗ୍ରାମରେ ପୁଣି ଆଦୟ କରିବା ସମୟରେ ଲୋକେ ଧରି ସ୍ଥାନୀୟ ପୁଲିସକୁ ଜିମା ଦେଇଥିଲେ । ଉତ୍ୟକ୍ତ ଚାଷୀ ମାନଙ୍କ କୃଷି ନାରେ ରକ୍ତ ଶୋଷଣ କରୁଥିବା ଚାଷୀଙ୍କ ନାମରେ ସବୁ ଚାଷୀ ମାନେ ଆର,ଉଦୟଗିରି ଥାନାରେ ଜିମା ଦେଲେ ଲୁଟେରୀ ସନ୍ଦୀପ ପୋଟନାୟକ (40) ଙ୍କୁ ଗିରଫ ପରେ ଖବର ଅନୁଯାଇ ନିଜ ସ୍ତ୍ରୀଙ୍କ ନାମରେ ଏକ ଶିକ୍ଷା ଅନୁସନ୍ଧାନ ବିସ୍ପୋ ବିଦ୍ୟାଳୟ ନାମରେ ଏକ ଟ୍ରଷ୍ଟ ଭୂବନେଶ୍ବର ବୋଲି ଖୋଲି ଗଜପତି ଜିଲ୍ଲା ଦୁଇ ଗୋଟି ବ୍ଲକରେ ଚାଷୀଙ୍କ ରକ୍ତ ଶୋଷଣ କରିଥିଲେ । ପୁଣି ନିଜ ସ୍ତ୍ରୀ ମଧ୍ୟ ଥାନାକୁ ଡକାଯାଇ ପଚାର ବୁଝିଥିଲେ । ହେଲେ ଗଞ୍ଜମର ଖୋଲିକୋଟ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ବାମୀ ନିଜ ପନ୍ତୀଙ୍କ ଜମା ଖାତାରେ ଅର୍ଥ କାରବାର କରୁଥିଲା ଏମିତି କି ସବୁ ଟଙ୍କା ନିଜ ସ୍ତ୍ରୀଙ୍କ ଫୋନ୍ ପେ ରେ ବି ନେଇଛନ୍ତି ଦମ୍ପତି । ଆର,ଉଦୟଗିରି ଥାନା ଅଧିକାରୀଙ୍କ ନେତୃତ୍ବରେ ଏବଂ ଏଆଇଆଇ ଲକ୍ଷ୍ମୀ ଅଭିଯୁକ୍ତ ସନ୍ଦୀପ ପୋଟନାୟକ ଙ୍କୁ ୯୬/୨୬ ରେ କେଶ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ମାନ୍ୟବର କୋର୍ଟ ଅଭିଯୁକ୍ତଙ୍କୁ ୮ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଅବଶିଷ୍ଟ ଅଭିଯୁକ୍ତଙ୍କ ଭୂମିକା ଏବଂ ମାମଲା ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ ଜାରି ରହିଛି ପୁଲିସ ସୁତ୍ରରୁ ପ୍ରକାଶ ।

Comments are closed.