ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

0

ଭୁବନେଶ୍ଵର: ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ (Braj Mohan Ram) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ଓଡ଼ିଶାର ୨୮ତମ ରାଜ୍ୟପାଳ ଭାବେ ଅକ୍ଟୋବର ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ ଏବଂ ଅକ୍ଟୋବର ୧୮ ତାରିଖରେ ଶପଥ ନେଇଥିଲେ।

ସେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ବାସିନ୍ଦା ଏବଂ ବିଜେପିର ୩ ଥର ସାଂସଦ ଥିଲେ। ପୂର୍ବ ରାଜ୍ୟପାଳ ହରି ବାବୁ କମ୍ଭମପଟିଙ୍କ ସ୍ଥାନରେ ସେ ନିଯୁକ୍ତ ହୋଇଛନ୍ତି।ଗତ ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱର ଜଟଣୀରେ RBI ର ନୂଆ Data Centre ଉଦଘାଟନ ବେଳେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସେ ମଞ୍ଚରେ ଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ‘X’ ରେ ତାଙ୍କ ସାକ୍ଷାତ ବିଷୟରେ ପୋଷ୍ଟ କରିଛନ୍ତି।

Leave A Reply

Your email address will not be published.