ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ

ଭୁବନେଶ୍ୱର: ଭାରତ ସରକାରଙ୍କ ନିତି ଆୟୋଗର ଅଟଳ ଇନୋଭେସନ ମିସନ ସମର୍ଥିତ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ସେବିରେ ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ସହିତ ମିଶି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି ଯାହା ୨୦୨୩ ଡିସେମ୍ବର ୧୦ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାରେ ଷ୍ଟାର୍ଟଅପ୍ ବ୍ୟବସ୍ଥା ବେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ କାର୍ନିଭାଲର ଚଳିତ ସଂସ୍କରଣରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୩ ହେଉଛି ଓଡ଼ିଶାର ସର୍ବବୃହତ ମେଂଟର-ନିବେଶକ କନେକ୍ଟ ଉତ୍ସବ । ଏହାର ଦ୍ୱିତୀୟ ସଂସ୍କରଣ ଚଳିତ ବର୍ଷ ଆୟୋଜନ କରାଯାଉଛି । ଏହି ୧୪ ଦିନିଆ କାର୍ଯ୍ୟକ୍ରମରେ ମେଂଟରିଂ, ବୈଠକ ଓ ସମ୍ମିଳନୀ ଆଦି ଆୟୋଜନ କରାଯିବ । ଓଡ଼ିଶାର ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ଥିବା ସମସ୍ତ ଅଂଶୀଦାରଙ୍କୁ ସ୍ୱତନ୍ତ୍ର ମଂଚ ପ୍ରଦାନ କରିବା ଏବଂ ସେମାନଙ୍କ ସଂସ୍ଥା ଆଗକୁ ବଢ଼ାଇବା ଲାଗି ଆବଶ୍ୟକ ଜ୍ଞାନ ପ୍ରଦାନ କରି ସକ୍ଷମ ହେବ ।

ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍‌ର ପଞ୍ଜୀକରଣ ଆରମ୍ଭ ବିଷୟରେ ଫ୍ଲୁଇଡ୍ ଭେଂଚର୍ସର ପ୍ରତିଷ୍ଠାତା ଅମିତ ସିଂଘଲ ଘୋଷଣା କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଏଆଇସି-ନାଳନ୍ଦା ସହ ହାତ ମିଳାଇବା ଲାଗି ସେ ଶିଳ୍ପସଂସ୍ଥା, ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ, କର୍ପୋରେଟ, ଭିସି ସଂସ୍ଥାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Comments are closed.