ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି। ସେ ଭେଟିଥିବା ସିଇଓମାନଙ୍କ ମଧ୍ୟରେ ଅଛନ୍ତି ପେଜ୍ ଇଣ୍ଟଷ୍ଟ୍ରିଜର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜର ସିଇଓ ପି.ସତ୍ୟନାରାୟଣ, ଫ୍ଲିପକାର୍ଟର ରଜନୀଶ କୁମାର, ଆସେଞ୍ଚରର ଅଜୟ ବିଜ୍, ଇଣ୍ଡୋ-ନିସାନ୍ ଫୁଡ୍ସର ଗୌତମ ଶର୍ମା, ୟର୍ନେଷ୍ଟ ଓ ୟଙ୍ଗର ଗୌରବ ତନେଜା ଓ ଗ୍ଲୋବାଲ ଫନଣ୍ଡ୍ରିର ଜିତେନ୍ଦ୍ର ଚଢା। ଶ୍ରୀ ପଟ୍ଟନାୟକ ମଙ୍ଗଳବାର ଦେଶର ବିଶିଷ୍ଟ ଶିଳ୍ପପତି ତଥା ଓ୍ବିପ୍ରୋର ଅଧ୍ୟକ୍ଷ ଅଜୀମ ପ୍ରେମଜୀଙ୍କୁ ସାକ୍ଷାତ କରିଥିଲେ। ଆସନ୍ତା ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ୫ମ ନିବେଶକ ସମ୍ମିଳନୀ। ବେଙ୍ଗାଲୁରୁର ହୋଟେଲ ତାଜ ଓ୍ବେଷ୍ଟ୍ ଏଣ୍ଡଠାରେ ଅନୁଷ୍ଠିତ ହୋଇଥିବା ଏହି ଇନଭେଷ୍ଟର ମିଟର ଫୋକସ କ୍ଷେତ୍ର ଥିଲା ଆଇଟି ଉଦ୍ୟୋଗ, ଇଲେକ୍ଟ୍ରୋନିକ ଉଦ୍ୟୋଗ, ବୟନ ଶିଳ୍ପ ଉଦ୍ୟୋଗ, ଇ-ଯାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଟୋ ଓ ଅଟୋ ଯନ୍ତ୍ରାଂଶ, ପ୍ରତିରକ୍ଷା ଓ ଏରୋସ୍ପେସ ଉଦ୍ୟୋଗ। ଏହି ଅବସରରେ ୫ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ବିଭିନ୍ନ ଶିଳ୍ପ ଗୋଷ୍ଠୀର ମୁଖ୍ୟମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିବାକୁ ଆମନ୍ତ୍ରଣ କରିଥିଲେ। ସୂଚନାଯୋଗ୍ୟ ଯେ, ମେକ୍ ଇନ ଓଡ଼ିଶା ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ।
Sign in
Sign in
Recover your password.
A password will be e-mailed to you.
Comments are closed.