ଗଜପତି : (ବିବି ନିୟୁଜ ବ୍ୟୁରୋ) ଆର, ଉଦୟଗିରି ୨୪/୮ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ପାହାଡ଼ ଘେରରେ ଥିବା ୧୯ଗୋଟି ପଞ୍ଚାୟତକୁ ନେଇ ଗଠିତ। ଏଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବ୍ଲକ ଅଧକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସଦଭାବନା ସଭାଗୃହ ମଧ୍ୟରେ ଆଜି ଦ୍ୱିତୀୟ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହେଉଥିବାବେଳେ ଗୃହକୁ ଅଚଳ କଲେ ସରପଞ୍ଚ ଏବଂ ଅନ୍ୟାନ୍ୟ ଲୋକ ପ୍ରତିନିଧି। ଏହି ବୈଠକରେ ମହନା ବିଧାୟକ ଦାଶରଥି ଗମାଙ୍ଗ, ଉପାଧ୍ୟକ୍ଷ ନିହୀମିୟା ରଇତ ଗୋଷ୍ଠି ଉନ୍ନୟନ ଅଧିକାରୀ ଲାବନେନ୍ଦୁ ମହାନ୍ତି, ଦାୟିତ୍ଵରେ ଥିବା ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପିଇଓ ନରସିଂହ ମିଶ୍ର ଯୋଗଦାନ କରି ପ୍ରାରମ୍ଭରେ ପ୍ରଦୀପ ପ୍ରଯୋଳନ କରି ବୈଠକ ଆରମ୍ଭ କରିଥିଲେ। ତତ୍ପରେ ଯୋଗଦାନ କରିଥିବା ସମସ୍ତଙ୍କ ପରିଚୟ ପ୍ରଦାନ ପୂର୍ବରୁ ୧୯ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ଅନ୍ୟାନ୍ୟ କିଛି ଲୋକ ପ୍ରତିନିଧି ମାନେ ବୈଠକକୁ ନଆସି ବ୍ଲକ ପରିସର ଠାରେ ଥିବା ପ୍ରତୀକ୍ଷା ଲୟ ଗୃହରେ ବସିଥିଲେ। ଏମାନଙ୍କ ଅନୁପସ୍ଥିତ ଥିବା ଯୋଗୁ ବିଧାୟକ ସମସ୍ତ ବିବରଣୀ ଜାଣି ପାରିଥିଲେ। ବିଡିଓ ଏବଂ ଅଧ୍ୟକ୍ଷାଙ୍କୁ ନେଇ ସେମାନଙ୍କ ପାଖକୁ ଯାଇ ଗୁହାରି ଶୁଣିବା ନିମନ୍ତେ ବୈଠକ କୁ ଡାକି ଆଣିଥିଲେ। କିନ୍ତୁ ସମସ୍ତ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ମାନେ ଆସନ ଗ୍ରହଣ କରି ନଥିଲେ। ଏଥିରେ ଉପସ୍ଥିତ ବିଭିନ୍ନ ବିଭାଗର ପଦାଧି ମାନଙ୍କ ଗହଣରେ ବ୍ଲକକୁ ଆସିଥିବା ବିଭିନ୍ନ ସରକାରୀ ପ୍ରକଳ୍ପ ଗୁଡ଼ିକ ପ୍ରତିନିଧି ମାନଙ୍କ ଅଜାଣତରେ କରାଯାଇଥିବା ସହ ପ୍ରକଳ୍ପ କାର୍ଯ୍ୟର ପ୍ରପୋଜଲ ଅନିୟମିତତା ହୋଇଥିବା ପ୍ରତିବାଦ ସହ ଅଭିଯୋଗ କରି ବୈଠକରେ ନବସି ଗୃହ ପରିତ୍ୟାଗ କରିଥିଲେ। ଏଣୁ ଅନ୍ୟ ଏକ ଦିନ ବୈଠକ ନିର୍ଧାରଣ କରିବା ପାଇଁ ନିଷ୍ପତି ନେଇ ଆଜିର ବୈଠକକୁ ସ୍ତଗିତ କରାଯାଇଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି। ବ୍ଲକ ପ୍ରଶାସନର ବିଭିନ୍ନ ଅବହେଳା ଯଥା ଏପରିକିଯେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟ କୌଣସି ପ୍ରକାର ସରକାରୀ କାର୍ଯ୍ୟ କ୍ରମରେ ଆଭାନ କରା ଯାଉନଥିବାରୁ ବିଧାୟକ ଏବଂ ବିଡ଼ିଓଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.