ନୋରାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ପ୍ରସଂଗରେ ଏପ‌ରି କ‌ହିଲେ କୋରିଓଗ୍ରାଫର୍‌ ଟେରେନ୍ସ

ମୁମ୍ବାଇ:  ସତରେ କ’ଣ କୋରିଓଗ୍ରାଫର୍‌ ଟେରେନ୍ସ ଲୁଇସ୍‌ ନୋରା ଫତେହିଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ? କିଛି ବର୍ଷ ତଳେ ଏହି କଥାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ରିୟଲିଟି ସୋ’ ‘ଇଣ୍ଡିଆଜ୍ ବେଷ୍ଟ୍‌ ଡ୍ୟାନ୍ସ’ର ମଞ୍ଚ ଉପରେ ନୋରା ଓ ଟେରେନ୍ସଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ସେହି ଭିଡିଓକୁ ଦେଖିବା ପରେ ଲୋକେ କହିବା ଆରମ୍ଭ କରିଥିଲେ ଯେ ଟେରେନ୍ସ ନୋରାଙ୍କୁ ଅଶାଳୀନ ସ୍ପର୍ଶ କରିଛନ୍ତି।

ନିଜ ଉପରେ  ଲାଗିଥିବା ଏହି ଅଭିଯୋଗ ଉପରେ ଏବେ ନିଜର ମତ ରଖିଛନ୍ତି ଟେରେନ୍ସ। ସେ କହିଛନ୍ତି, ‘ତାହା ଏକ ଖୁବ୍‌ ସାଧାସିଧା ପରିସ୍ଥିତି ଥିଲା। ସୋ’ରେ ଶତ୍ରୁଘ୍ନ ଶିହ୍ନା ଓ ତାଙ୍କ ପତ୍ନୀ ଆସିଥିଲେ। ଗୀତା କପୁରଙ୍କ ଲାଗିଲା ଯେ ଆମେ ତାଙ୍କର ଖୁବ୍ ଭଲ ଭାବେ ସ୍ବାଗତ କରିବା ଉଚିତ। ସେହି ସମୟରେ ସୋ’ର ହୋଷ୍ଟ୍‌ ମଲାଇକା ଅରୋରାଙ୍କୁ କରୋନା ହୋଇ ଯାଇଥିଲା। ମଲାଇକାଙ୍କ ସ୍ଥାନ‌ରେ ସୋ’ରେ ନୋରା ଫତେହି ଥିଲେ।

ଗୀତାଙ୍କ କଥାରେ ରାଜି ହୋଇ ଫୁଲ ବିଛାଇ ‌ସ୍ବତନ୍ତ୍ର ଦମ୍ପତିଙ୍କୁ ସ୍ବାଗତ କରିବା କଥା କହିଲି। ଆମେ ପୂରା ସମ୍ମାନର ସହ ଶତ୍ରୁଘ୍ନ ସାର୍‌ ଓ ତାଙ୍କ ପତ୍ନୀଙ୍କୁ ନମସ୍କାର କରୁ। ମାତ୍ର ଗୀତାକୁ ଲାଗିଲା ସେତିକି ଯଥେଷ୍ଟ ନୁହେଁ। ଆମକୁ ଆହୁରି କିଛି କରିବା ଦରକାର। ଆମ‌େ ନୃତ୍ୟ ପ୍ରଦର୍ଶନ କଲୁ। ମୋର ମନେ ନାହିଁ ମୋ ହାତ ନୋରାଙ୍କୁ ସ୍ପର୍ଶ କରିଛି କି ନାହିଁ। ମୁଁ କ’ଣ ଏତେ ଓଲା ଯେ ମୁଁ କ୍ୟାମେରା ସ‌ାମ୍ନାରେ ଏପରି ହରକତ କରିବି? ଏପରି ଶସ୍ତା କଥା ମୋ ନାଁରେ ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି।’

Comments are closed.