ବାଲେଶ୍ୱର, ୨୦/୫(କୃଷ୍ଣ କୁମାର ମହାନ୍ତି): ନିହାରିକା ମେଧା ସମ୍ମାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଟେଲ ଫାଣ୍ଟାସି ଠାରେ ସଭାପତି ମୁରଲୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିହାରିକା ଫାଉଣ୍ଡେସନର ଅଧ୍ଯକ୍ଷ ରିତିକ୍ ଜୀ ଓ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ବର ଜିଲ୍ଲାରୁ ୨୦୨୬ ମସିହାରେ ଦଶମଶ୍ରେଣୀ ପରୀକ୍ଷାରେ ଶତକଡ଼ା ୯୦ ବା ତା’ଠାରୁ ଅଧିକ ନମ୍ବର ରଖିଥିବା (A1) ମୋଟ ୬୬୮ ଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ମେ ୨୪ ତାରିଖ ଦିନ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ଠାରେ ଦିବା ୧୦ଘଟିକାରୁ ତିନୋଟି ଅଧିବେଶନରେ ନିହାରିକା ମେଧା ସମ୍ମାନ ପ୍ରଦାନ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଏଥିରେ ସମସ୍ତ ପ୍ରତିଭାଧାରୀ ଉପସ୍ଥିତ ରହି ସମ୍ମାନପତ୍ର ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଶ୍ୟାମସୁନ୍ଦର ମହାନ୍ତି, ଉପସଭାପତି ଅର୍ଦ୍ଧେନ୍ଦୁ ଶେଖର ଦାସ, ଶୁଭମ୍ ସାଇ ମହାପାତ୍ର, ସହସମ୍ପାଦକ ବିଭୁଦତ୍ତ ପରିଡ଼ା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ସତ୍ୟଭାମା ମୁଦୁଲି, ରେବତୀ ନାୟକ, ଡ. ବିଧିକାରାଣୀ ପଟ୍ଟନାୟକ, ପ୍ରିୟଦର୍ଶନୀ ଦାସ, ହର୍ଷ ଖଣ୍ଡେଲୱାଲ, ତପନ କୁମାର ଦାସ, ସତ୍ୟଜିତ୍ ଦାସ, ସୋହନସୌରଭ ଦାସ, ପାର୍ଥସାରଥି ଦାସ, ସୌଭାଗ୍ୟ ଖୁଣ୍ଟିଆ, ଅଭିଷେକ ମହାନ୍ତି, ବିକାଶ ବେହେରା, ମଳୟ ରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.