ପୁରୀ : ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭାର ନବ ନିର୍ବାର୍ଚିତ ସାଂସଦ ଦିଲୀପ ରାୟ। ମହାପ୍ରଭୁଙ୍କ ଆର୍ଶୀବାଦ ଓଡିଶାବାସୀଙ୍କ ପାଇଁ ଆଗକୁ ଭଲ କାମ କରିବା ପାଇଁ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲି ବୋଲି କହିଛନ୍ତି ଦିଲ୍ଲୀପ। ସେ କହିଛନ୍ତି, ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ନିଶ୍ଚିତ ଥିଲି। ସେଥିପାଇଁ ଦୁଇମାସ ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥିଲି। ତାହାର ଫଳ ଆଜି ମିଳିଛି। ଯେଉଁ ବିଧାୟକ ମାନେ ମତେ କ୍ରସ ଭୋଟିଂ କରି ସମର୍ଥନ ଜଣାଇଛନ୍ତି ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଗତ ସମ୍ପର୍କ ଓ କିଛି ବିଧାୟକ ମାନଙ୍କ ଭଲପାଇବା ଓ ସମର୍ଥନ ରହିଥିଲା ବୋଲି କହିଛନ୍ତି ଦିଲ୍ଲୀପ ରାୟ।
Sign in
Sign in
Recover your password.
A password will be e-mailed to you.
Comments are closed.