ନୂଆଦିଲ୍ଲୀ :ନିଟ୍ ପେପର୍ ଲିକ୍ ପ୍ରସଙ୍ଗର ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି। ଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍’ ଏବଂ ‘ୟୁନାଇଟେଡ୍ ଡକ୍ଟର୍ସ ଫ୍ରଣ୍ଟ’ ପକ୍ଷରୁ କୋର୍ଟରେ ହୋଇଥିବା ଆବେଦନର ଶୁଣାଣି ହୋଇପାରେ। ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି-NTAକୁ ଭଙ୍ଗ କରିବାକୁ ଦାବି ହୋଇଛି।
ଭବିଷ୍ୟତର ପରୀକ୍ଷାଗୁଡ଼ିକୁ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମ୍ପ୍ୟୁଟରଭିତ୍ତିକ କରିବାକୁ ପ୍ରସ୍ତାବ ଦିଆଯାଇଛି। କୋର୍ଟଙ୍କ ନୋଟିସ ସତ୍ତ୍ୱେ କେନ୍ଦ୍ର ସରକାର, NTA କିମ୍ବା CBI ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଭାବେ ଏନେଇ ସୂଚନା ଦିଆଯାଇନି।
Comments are closed.