ନୂଆଦିଲ୍ଲୀ :ନିଟ୍ ପ୍ରଶ୍ନପତ୍ର ଦାୟିତ୍ବ ନେଇପାରେ ବାୟୁସେନା । ପ୍ରଶ୍ନପତ୍ର ପହଞ୍ଚାଇବା ଦାୟିତ୍ବ ଭାରତୀୟ ବାୟୁସେନା ସମ୍ଭାଳିପାରେ। ପ୍ରଶ୍ନପତ୍ର ଛପାଇବା ପରେ ଏହାକୁ ପହଞ୍ଚାଇବା ଦାୟିତ୍ବ ବାୟୁସେନା କରିପାରେ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସାମିଲ ଥିଲେ। ଜୁନ୍ ୨୧ ପୁନଃପରୀକ୍ଷା ହେବ। ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର ବିମାନ ବ୍ୟବହାର କରିବାକୁ ଆଲୋଚନା ହୋଇଛି। ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ।
ସେ ନିଜେ ଏହି ସମଗ୍ର ପ୍ରକ୍ରିୟା ଉପରେ ସିଧାସଳଖ ନଜର ରଖିଛନ୍ତି। ଏବେ ଡାକ ବିଭାଗ ପ୍ରଶ୍ନପତ୍ର ପହଞ୍ଚାଇବା କାମ କରୁଛି। ଏକାଧିକ ପୋଷ୍ଟ ଓ ସବଷ୍ଟେସନ୍ ରେ ପ୍ରଶ୍ନପତ୍ର ସେଣ୍ଟରରେ ପହଞ୍ଚୁଛି। ତେଣୁ କଡ଼ା ସୁରକ୍ଷା ମଧ୍ୟରେ ବାୟୁସେନା ପ୍ରଶ୍ନପତ୍ର ପହଞ୍ଚାଇବାକୁ ଯୋଜନା ହେଉଛି।