ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ଏନକାଉଣ୍ଟର। ସୁକମା ଜିଲ୍ଲାରେ ନକ୍ସଲ ଏନକାଉଣ୍ଟର।
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓ ଏନକାଉଣ୍ଟର। ପାଲମପଲ୍ଲୀ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପୋଲିସର ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ମୃତ ମାଓବାଦୀ ଜଣକ ହେଲେ ମୁଚାକି କେଲାସ। ମାଓ ସଙ୍ଗଠନରେ ପ୍ଲାଟୁନ ୩୧ର PPCM କ୍ୟାଡ଼ର ସେକ୍ସନ କମାଣ୍ଡର ଭାବେ ସକ୍ରିୟ ଥିଲା। ଘଟଣାସ୍ଥଳରୁ ଗୋଟିଏ ଅଟୋମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ସୁକମା SP।
Comments are closed.