ନମସ୍ତୁତେ ମହାଗୌରୀ ଶୁଭ ଗୌରଅଙ୍ଗୀ l
ଶୁଭ୍ର ବର୍ଣ୍ଣେ ଶୁଭ୍ର ବସ୍ତ୍ରେ ମହାଦେବ ସଙ୍ଗୀ ll
ବିଦ୍ୟୁତର କାନ୍ତି ସମ ଝଟକେ ତୋ ଆଭା l
ଶିବଙ୍କ ମନ ମୋହିନୀ ତୁ ଅମ୍ବିକେ ଶିବା ll
ବୃଷଭ ବାହନୀ ମାତେ ଶୁଭ୍ର ତ୍ରି ନୟନୀ l
ଚତୁର୍ଭୁଜା ଗୌରୀ ମାତ ତ୍ରିଶୂଳଧାରିଣୀ ll
ମହାମାୟୀ,ମାହେଶ୍ୱରୀ ତୁ ଅମ୍ବିକା ଉମା l
ନମସ୍ତେ ହଇମବତୀ ହିମାଳୟ ଜେମା ll
ନମସ୍ତେ ମଇନାଦେବୀ ଆଦର କିଶୋରୀ l
ନମସ୍ତେ କୈଳାଶ ପତି ଚନ୍ଦର ଚକୋରୀ ll
ନମସ୍ତେ ସ୍କନ୍ଧ ଜନନୀ ନମଃ ଜଗଦ୍ଧାତ୍ରୀ l
ଜଗତ ଜନନୀ ମାତେ ସର୍ବ ସିଦ୍ଧିଦାତ୍ରୀ ll
ଜୟ ଜୟ ମାଆ ଭଵ ଭୟ ଵିଭଞ୍ଜନୀ l
ଗଜାନନ ମାତା ସର୍ବ ସଙ୍କଟ ତାରିଣୀ ll
ଶରଣ ପଶିଲେ ମାତ ତୋ’ ପଦକମଳେ l
ନାଗ ନର ଗନ୍ଧର୍ବଙ୍କୁ ମୁକ୍ତି ଦେଉ ହେଳେ ll
ନମସ୍ତେ ମା’ଦୟାମୟୀ ତୋ ପଦେ ଦୟିନୀ l
ଦୟା ରଖି ଥାଅ ସଦା ସୁତେ ନାରାୟଣୀ ll
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
ମୋ – 7693091971
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.