ଭୁବନେଶ୍ୱର : ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି। ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଫେବୃଆରୀ ୧୨ ରୁ ୨୧ ଯାଏଁ ପୌରାଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରସ୍ତାବ ଏବଂ ଅଭିଯୋଗ ମଗାଯିବ। ଫେବୃଆରୀ ୨୬ ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି। ୨୬ ରୁ ମାର୍ଚ୍ଚ ୧୩ ଯାଏଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ। ମାର୍ଚ୍ଚ ୧୬ ରୁ ୨୮ ଅଭିଯୋଗ ଶୁଣାଣି। ମାର୍ଚ୍ଚ ୩୧ ରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି।
ନୂଆ ୨୮ ଏନଏସି ଏବଂ ୭ ପୌରପାଳିକା ଘୋଷଣା ହୋଇଥିବା ୧୮ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି କରାଯାଇଛି।ଘୋଷଣାର ୬ ମାସ ସୁଦ୍ଧା ନିର୍ବାଚନ ସାରିବାକୁ ସୀମା ପୁନଃନିରଦ୍ଧାରଣ ଏବଂ ସଂରକ୍ଷଣ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।
Comments are closed.