ମୁକୁନ୍ଦପୁରପାଟଣା ସରପଞ୍ଚଙ୍କୁ କ୍ଲିନଚିଟ, ମାମଲା ଖାରଜ କଲେ ମାନ୍ୟବର ଲୋକପାଳ

ମୁକୁନ୍ଦପୁରପାଟଣା ସରପଞ୍ଚଙ୍କୁ କ୍ଲିନଚିଟ, ମାମଲା ଖାରଜ କଲେ ମାନ୍ୟବର ଲୋକପାଳ

ରାଜ୍ୟର ସର୍ବଶ୍ରେଷ୍ଠ ପଞ୍ଚାୟତ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ତଥା ଜାତୀୟ ପୁରସ୍କାରପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନାମେ ଆସିଥିବା   ଦୁର୍ନୀତି ଅଭିଯୋଗକୁ ମାନ୍ୟବର ଲୋକଯୁକ୍ତ ଖାରଜ କରିଦେଇଥିବା ଜଣାପଡିଛି l ଉଲ୍ଲେଖନୀୟଯେ କ୍ରମାଗତ ଭାବେ ତିନିଥର ଭାବେ ନିର୍ବାଚିତ ହୋଇଥିବା  ମୁକୁନ୍ଦପୁରପାଟଣା ର ଜଣେ ଲୋକପ୍ରିୟ ଆଦିବାସୀ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଚଳିତ ନିର୍ବାଚନରେ ପୁନର୍ବାର ଚତୁର୍ଥ ଥର ପାଇଁ ନିର୍ବାଚନ ଲଢ଼ି ବିପୁଳ ଭୋଟର ବିଜୟୀ  ହେବାପରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଯଂଜ୍ଞଶ୍ୱର ଦେହୁରୀ ଉକ୍ତ ସରପଞ୍ଚଙ୍କ ନାମରେ ବିଭିନ୍ନ ଦୁର୍ନୀତି ର ଅଭିଯୋଗ ଆଣିଥିଲେ lଅଭିଯୋଗକାରି ଶ୍ରୀ ଦେହୁରୀ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଘଟଗାଁ ସାପ୍ତାହିକ ହାଟ ପଡିଆ ଦୋକାନ ଘର ଆବଣ୍ଟନରେ ବେଆଇନ ଅର୍ଥ କାରବାର, ଜିଆରଏସଙ୍କ ପରିବାରକୁ ଏକାଧିକ ଦୋକାନ ଗୃହ ଯୋଗାଣ, ମନରେଗା ରେ ଦୁର୍ନୀତି, ନାବାର୍ଡ ଓ ଆଇଟିଡିଏ ହାଟପିଣ୍ଡି ନିର୍ମାଣରେ ବ୍ୟାପକ ଦୁର୍ନୀତି, ପଞ୍ଚାୟତର ବିଭିନ୍ନ ଯୋଜନାରେ ଅନିୟମିତତା ଓ ବଡଧରଣର ଦୁର୍ନୀତି ର ଗୁରୁତର ଅଭିଯୋଗ କରିଥିଲେ  lମାନ୍ୟବର ଲୋକଯୁକ୍ତ କେଶ ନ 489ରେ  ମାମଲା ଦାୟର କରି  ମାନ୍ୟବର ଲୋକଯୁକ୍ତଙ୍କ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାକୁ ବିଭାଗୀୟ ଏନକ୍ୱାରୀ ଟିମକୁ ସମସ୍ତ ଅଭିଯୋଗକୁ ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ l ଅଭିଯୋଗ କୁ ଆଧାର କରି ତଦନ୍ତକାରୀ ଦଳ ମୁକୁନ୍ଦପୁର ପାଟଣା ପଞ୍ଚାୟତ ଗସ୍ତ କରି ମାନ୍ୟବର ଲୋକପାଳଙ୍କୁ ଏ ବାବଦରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ l ତେବେ ମାନ୍ୟବର ଲୋକପାଳଙ୍କ ଦ୍ୱାରା ଗଠିତ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରି ସରପଞ୍ଚ ଙ୍କୁ କ୍ଲିନଚିଟ ମିଳିବା ସହ ମାମଲା କୁ ଖାରଜ କରିଦେଇଥିଲେ l

Comments are closed.