ପୌର ପରିଷଦ ୩ ଓ ୪ ନଂ ଓ୍ଵାର୍ଡରେ ରିଲିଫ ବାଣ୍ଟିଲେ ବିଧାୟକ

ପଟ୍ଟାମୁଣ୍ଡାଇ୨୯/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ଏହି ପୌରାଞ୍ଚଳର ୩ନଂ ଓ ୪ନଂ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି I ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି I ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି I ବନ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗି ଥିବାରୁ ବାସହରା ହୋଇ ବିଭିନ୍ନ ସ୍ଥାନରେ ମୁଣ୍ଡ ଗୁଞ୍ଜିଛନ୍ତି I ରାଜନଗର ବିଧାୟକ ଚଳିତ ବନ୍ୟାରେ ପୌର ପରିଷଦର ବନ୍ୟା ବିପନ୍ନ ୱାର୍ଡକୁ ଯାଇ ଅବସ୍ଥା ଅନୁଧ୍ୟାନ କରି ଥିବାବେଳେ ସମ୍ପ୍ରତି ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୩ନଂ ଓ ୪ନଂ ୱାର୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ Iଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ ବ୍ଲକ ବିଜେଡି ସଭାପତି କିଶୋର ସାହୁ,ନଗର ବିଜେଡି ସଭାପତି ବୁଢା ଲେଙ୍କା, କାଉନସିଲର ପ୍ରଶାନ୍ତ ବାରିକ ତୁଷାର ରଞ୍ଜନ ବେହେରା, ଶଙ୍କର୍ଷଣ ନାୟକ ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ସହିତ ବନ୍ୟା ବିପନ୍ନ ତନୁପୁର,ନନ୍ଦିନୀ ନଗର ଗ୍ରାମକୁ ଯାଇ ସ୍ଥିତି ପରଖିବା ସହିତ ରିଲିଫ ବଣ୍ଟନ କରିଥିଲେ I ପଟ୍ଟାମୁଣ୍ଡାଇ ପୌର ପରିଷଦର ସମସ୍ତ ବନ୍ୟା ବିପନ୍ନମାନଙ୍କୁ ୧୫ଦିନ ରିଲିଫ ରନ୍ଧା ଖାଦ୍ୟ ପାଲ, ପର୍ଯ୍ୟାପ୍ତ ଗୋଖାଦ୍ୟ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି I

Comments are closed.