ଗଜପତି ୧୦/୧୧ (ମନୋଜ କୁମାର ପାଢ଼ୀଙ୍କ ରିପୋର୍ଟ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା, ବର୍ଷା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାବାସୀଙ୍କୁ ଘୋଷିତ ସହାୟତା ପ୍ରଦାନ ଏବଂ ରିଲିଫ ବଣ୍ଟନରେ ରହିଥିବା ତ୍ରୁଟି ସୁଧାର ଦାବି କରିଛନ୍ତି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ।ଏନେଇ ସେ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ଜିଲ୍ଲାର ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତି ଓ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛନ୍ତି।ବିଶେଷକରି କ୍ଷୟକ୍ଷତିର ପୁନଃ ଆକଳନ, ରିଲିଫ ବଣ୍ଟନରେ ତୃଟି ସୁଧାର ଏବଂ ବଞ୍ଚିତ ପରିବାରଙ୍କୁ ଚାଉଳ ଓ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ ପାଇଁ ସେ ଦାବି ଜଣାଇଛନ୍ତି।ଏଥି ସହ ଗୋଷାଣି ବ୍ଲକର ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ଥିବା ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବନ୍ୟା ବିପଦରୁ ସୁରକ୍ଷା ଦେବା ପାଇଁ ସୁରକ୍ଷିତ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବା, ମହେନ୍ଦ୍ରତନୟା ନଦୀର ପୁନରୁଦ୍ଧାର ଓ ଜଳ ପରିଚାଳନା ପାଇଁ ଆନିକଟ ନିର୍ମାଣ ଦାବି ଉଠାଇଛନ୍ତି।ସେହିପରି ପାରଳାଖେମୁଣ୍ଡି ପୌରାଞ୍ଚଳରେ ରିଲିଫ ବଣ୍ଟନରୁ ବଞ୍ଚିତ ହିତାଧିକାରୀଙ୍କୁ ସମସ୍ତ ଘୋଷିତ ସହାୟତା ଯୋଗାଇଦେବା ସହ ଗଜପତି ଜିଲ୍ଲାର ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ ପାଇଁ ମଧ୍ୟ ଦାବି କରିଛନ୍ତି।ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ଗଜପତି ଓ କନ୍ଧମାଳ ଜିଲ୍ଲାର ଭୂସ୍ଖଳନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିବା ଜଣାଇଛନ୍ତି। ଏଥିପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇ ଖୁବ୍ଶୀଘ୍ର ବୈଠକ ଆୟୋଜନ ହେବ। ବିଶେଷଜ୍ଞଙ୍କ ଅନୁଧ୍ୟାନ ଓ ପରାମର୍ଶ ଆଧାରରେ ବିପଦପ୍ରବଣ ଅଞ୍ଚଳରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.