ଭୁବନେଶ୍ଵର : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ (DAFE) ଓ ଜାତୀୟ ମରୁଡ଼ି ପ୍ରଶମନ ପ୍ରକଳ୍ପ (NDMP) ଅନ୍ତର୍ଗତ ‘ଓଡିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ (OADMP)’ ଉପରେ NDMA ଓ OSDMA ସହାୟତା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (NDMF) ମାଧ୍ୟମରେ ପାଣ୍ଠି ଯୋଗାଇବା ପାଇଁ ବୁଝାମଣା ସ୍ୱାକ୍ଷର ହୋଇଛି। ଏହି ପ୍ରକଳ୍ପରେ ମୋଟ୍ ୧୪୧.୫୦ କୋଟି ଟଙ୍କାର ବ୍ୟୟ ନିର୍ଦ୍ଧାରଣ କରାଯାଇଛି, ଯାହାକି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହଭାଗିତା ଅଂଶଧନରେ ବ୍ୟବସ୍ଥିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ICRISAT, IRRI, ଓ ICAR-CRIDA ପ୍ରଭୃତି ଅନ୍ତର୍ଜାତୀୟ ଗବେଷଣା ସଂସ୍ଥାସହିତ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରଏହି ପ୍ରକଳ୍ପରେ ସହଭାଗୀତାରେ କାର୍ଯ୍ୟ କରିବେ।
ଏହି ପ୍ରକଳ୍ପ ଯୋଜନା ଅନୁଯାୟୀ କାର୍ଯ୍ୟକାରୀ ହେବାକୁ ଥିବା ସଂଶୋଧନସବୁ ପ୍ରଥମେ ଭୂଦୃଶ୍ୟ ଏବଂ ସମ୍ମତି ମଡେଲକୁ ଅନୁସରଣ କରିବ । ଚାଷ ଜମିରୁ ଭୂଦୃଶ୍ୟ ପର୍ଯ୍ୟନ୍ତ ମୂଲ୍ୟଶୃଙ୍ଖଳ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ଏହା ଦ୍ଵାରା ଜଳ, ମାଟି, ଫସଲ ଏବଂ ମୂଲ୍ୟଶୃଙ୍ଖଳ ସୁଦୃଢ଼ ହୋଇପାରିବ। ପ୍ରତ୍ୟେକ ପଦକ୍ଷେପଗୁଡିକ ବ୍ଲକ ଗ୍ରାମଗୁଡିକର ଏକ ପୁଞ୍ଜ ଭାବରେ କାର୍ଯ୍ୟ କରିବ, ଯାହାଦ୍ୱାରା ଏହାର ସୁଫଳ କୃଷକମାନଙ୍କ ପାଖରେ ପହଞ୍ଚିପାରିବ। ଏକ ସରଳ ଡିଜିଟାଲ୍ ଡ୍ୟାସବୋର୍ଡ ଦ୍ଵାରା ଗ୍ରାମରୁ ରାଜ୍ୟ ପର୍ଯ୍ୟନ୍ତ ପ୍ରଗତି ଟ୍ରାକ୍ କରାଯିବା ସହ ସ୍ୱଚ୍ଛତା ଏବଂ ସମୟୋଚିତ କାର୍ଯ୍ୟ ସୁନିଶ୍ଚିତ କରାଯାଇପାରିବ।
Comments are closed.