ଗଜପତି ଜିଲ୍ଲା ଦୌରାଜଜ କୋୖର୍ଟରୁ ପୁଣି ଏକ ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ ।

ଗଜପତି, 26/8(ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ଘଟିଥ‌ିବା ଏକ ମାଓବାଦୀ ସମ୍ପର୍କିତ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି ଗଜପତି ଜିଲ୍ଲା ଦୌରାଜଜ. ସୂଚନା ଅନୁଯାୟୀ, ମୋହନା କେନ୍ଦୁପଡା ପରେଷ୍ଟ ନିକଟରୁ ୧୦ କିମି ଦୂରରେ ସତ୍ୟସାଚୀ ପଣ୍ଡାଙ୍କ ନେତୃତ୍ୱରେ କମ୍ବି ଅପରେସନ ଚାଲିଥିବା ସମୟରେ ପ୍ରଦୀପ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେ ସମୟରେ ପ୍ରଦୀପ ମାଝୀ ସଂଗଠନ ସହ ଜଡ଼ିତ ଥିବା ଦର୍ଶାଇ ତାଙ୍କୁ ମାଓବାଦୀ ଭାବେ ଅଭିହିତ କରାଯାଇଥିଲା ।
ଏହି ଘଟଣାକୁ ନେଇ ୨୦୧୩ ମସିହାରେ ମୋହନା ଥାନାରେ ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ୨୪/୧୩ ନମ୍ବର ସମୟରେ ଅଭିଯୋଗ ସପକ୍ଷରେ ଆବଶ୍ୟକ ପ୍ରମାଣ ଉପସ୍ଥାପନ ହୋଇପାରି ନଥିବାରୁ ଅଦାଲତ ସବ୍ୟସାଚୀ ପଣ୍ଡାଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରିଛନ୍ତି । ପ୍ରମାଣ ଅଭାବରୁ ସବ୍ୟସାଚୀ ପଣ୍ଡା ପୁଣି ଏହି ମାମଲାରେ ଖଲାସ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.