ଜଣେ ମାଓବାଦୀ ଗିରଫ, ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲା ଭେଜି ଥାନା ଅଞ୍ଚଳରେ ପୁଲିସ ଓ ଡିଆରଜି ଯବାନମାନେ ଚେକ ପୋଷ୍ଟ ନିକଟରେ ଯାଞ୍ଚ କରୁଥିଲେ। ସେହି ସମୟରେ ମାଓବାଦୀ ମିଲିସିଆ ସଦସ୍ୟ ବେକୋ କୋସା ସେହି ରାସ୍ତା ଦେଇ ଯାଉଥିବା ବେଳେ ପୁଲିସ ହାବୁଡରେ ପଡିଯାଇଥିଲେ। ପୁଲିସ ବେକୋ ଧରିଥିବା ବ୍ୟାଗକୁ ଯାଞ୍ଚ କରିବା ବେଳେ ସେଥିରୁ ଜିଲେଟିନ୍ ଷ୍ଟିକ୍, ଡିଟୋନେଟେର, କୋଡେକ୍ସ ତାର ଆଦି ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ପୁଲିସ ବେକୋ କୋସାକୁ ଗିରଫ କରିଥିବା ବେଳେ ପଚରାଉଚୁରାରୁ ଜଣାପଡିଲା ଯେ, ସେ ମାଓ କମାଣ୍ଡର ବେଟି ଭିମାଙ୍କ ନିର୍ଦ୍ଦେଶରେ ଆଇଇଡି ବୋମା ବିଛାଇବା କାର୍ଯ୍ୟ କରୁଥିଲେ। ପୁର୍ବରୁ ବହୁବାର ଏମିତି କାର୍ଯ୍ୟ ସଂଗଠନ ପାଇଁ କରିଥିବା ସୂଚନା ମିଳିଛି। ଏନେଇ ପୁଲିସ ମାମଲା ରୁଜୁ କରି ବେକୋକୁ କୋର୍ଟ ଚାଲାଣ କରିଛି।

Comments are closed.