ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ବିଜେପି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଏନଏସି ଅଧ୍ୟକ୍ଷ ଉଜ୍ବଳ ଗୁପ୍ତାଙ୍କ ସମେତ ୯ ଜଣ କାଉନସିଲର, କଳାହାଣ୍ଡି ଜିଲ୍ଲା ଗୁଣପୁରର ମ୍ୟୁନିସିପଲିଟି ଅଧ୍ୟକ୍ଷ ମମତା ଗୌଡ଼ ଏବଂ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଏବଂ କାଉନସିଲର ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ଏହାସହ ଝାରସୁଗୁଡ଼ା ବ୍ରଜରାଜନଗର ବିଜେଡି ନେତା ଜୟନ୍ତ ଦୀକ୍ଷିତଙ୍କ ସହ ଅନେକ ବିଜେଡି ଏବଂ କଂଗ୍ରେସ କର୍ମକର୍ତ୍ତା ବିଜେପିରେ ସାମିଲ ହୋଇଛନ୍ତି।
ଏହି ମିଶ୍ରଣ ପର୍ବରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜ୍ୟସଭା ସାଂସଦ ତଥା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।