୪ର୍ଥ ଦିନରେ ପହଞ୍ଚିଲା ମନଓ୍ବର ଅଲ୍ଲୀଙ୍କ ଅନଶନ

0
ଭୁବନେଶ୍ବର, ୨୩!୮: ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କରି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ ଚଳାଇଥିବା ଅନଶନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଅନଶନକୁ ସମର୍ଥନ ଜଣାଇ ଓଡ଼ିଶାର ବହୁ ସାମାଜିକ ଓ ରାଜନୈତିକ କର୍ମୀ ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ଆଜି ମଧ୍ୟ ବିଭିନ୍ନ ଜିଲ୍ଲାରୁ ଆସି ଅନଶନରେ ସାମିଲ ହୋଇଛନ୍ତି। ଭୁବନେଶ୍ବର ବିଜେଡ଼ି ଲୋକସଭା ପ୍ରାର୍ଥୀ ମନମ୍ଥ ରାଉତରାୟ ଆଜି ଅନଶନ ସ୍ଥଳକୁ ଆସି ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଶ୍ରୀ ଅଲ୍ଲୀ ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ନୈତିକ ସମର୍ଥନ ଜଣାଇଥିଲେ। କଟକ, ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତପନ ମିଶ୍ର ଅନଶନ ସ୍ଥଳରେ ପହଞ୍ଚି ବୈପ୍ଲବିକ ସଙ୍ଗୀତ ଗାନ କରି ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିଲେ। ସିପିଆଇଏମ(ଏଲ)ର ରାଜ୍ୟ ସଂପାଦକ ମହେନ୍ଦ୍ର ପରିଡ଼ା, ସ୍ତମ୍ଭକାର ସତୀଶ ମିଶ୍ର, ଭିଟାମାଟି ବଞ୍ଚାଅର ସଭାପତି ଅରୁଣ ଜେନା ଏବଂ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ଡା. କୁଳମଣୀ ଅନଶନ ସ୍ଥଳରେ ପହଞ୍ଚି ମନଓ୍ବର ଅଲ୍ଲୀଙ୍କୁ ସମର୍ଥନ ଜଣାଇ, ଶିକ୍ଷା, ରୋଜଗାର ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଂପର୍କରେ ଆଲୋଚନା କରିଥିଲେ। ଆଜି ପ୍ରେସ୍ ବିବୃତ୍ତିରେ ଶ୍ରୀ ଅଲ୍ଲୀ କହିଛନ୍ତି ଯେ, ଭୁଲ୍ ବହି ସଂଶୋଧନ କରି ତୁରନ୍ତ ନୂଆ ବହି ପ୍ରଦାନ କରନ୍ତୁ, ସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯାଉ, ଶିକ୍ଷା ପରେ ନିଯୁକ୍ତିର ଗ୍ୟାରେଣ୍ଟି ଦିଆଯାଉ, ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ଯୁବପିଢୀଙ୍କୁ ନିଯୁକ୍ତି ଦିଆଯାଉ, ନୂତନ ପାଠ୍ୟପୁସ୍ତକ ମୁଦ୍ରଣରେ ଖର୍ଚ୍ଚ ହୋଇଥିବା ୩୮୦ କୋଟି ଟଙ୍କା ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫେରସ୍ତ କରନ୍ତୁ, ଏହି ୬ ଗୋଟି ଦାବୀ ନେଇ ମୋର ଅହିଂସାତ୍ମକ ସଂଗ୍ରାମ। ମୁଁ ସରକାରଙ୍କୁ ଅନୁରୋଧ କରୁଛି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ, ନଚେତ୍ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ବରଖାସ୍ତ କରି ସମାଧାନର ପଥ ଖୋଲନ୍ତୁ। ଯେପର୍ଯ୍ୟନ୍ତ ସରକାର ଆମ ଦାବୀ ଗ୍ରହଣ କରିନାହାଁନ୍ତି, ସେପର୍ଯ୍ୟନ୍ତ ଆମର ସ୍ୱର ଗଣତାନ୍ତ୍ରିକ ଓ ଅହିଂସା ପଦ୍ଧତିରେ ଜାରି ରହିବ ବୋଲି ଶ୍ରୀ ଅଲ୍ଲୀ ସ୍ପଷ୍ଟ କରିଛନ୍ତି।
ଅନଶନର ୪ର୍ଥ ଦିନରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ମଧୁମିତା ସାମଲ, ବାଲେଶ୍ବର ସଭାପତି ରଣଜିତ୍ ପଟ୍ଟନାୟକ, ଭୁବନେଶ୍ବର ସଭାପତି ଅମିତ ଜେନା, ପୁରୀ ଜିଲ୍ଲା ସଭାପତି ସ୍ମୃତି ରଂଜନ ସାମଲ, ଗଞ୍ଜାମ ଯୁବ ଛାତ୍ର ନେତା ଗଣେଷ ବେହେରା, ଏସ.କେ ହେଦାଇ, ଏମ.ଡ଼ି ଇନତିଆଜ, ଶ୍ରୀୟାଶୁଂ ପ୍ରଧାନ, ଆୟୁଷ ଦାସ, ରାକେଶ ସେନାପତି, ଜୟ ରାଉତ, ସତ୍ୟଜିତ୍ ରାୟ, ସାଇଶିବମ୍ ବଡ଼ଜେନା ଅନୀଲ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
(ନିବେଦକ)
ଏମ.ଡ଼ି ମନଓ୍ବର ଅଲ୍ଲୀ
ରାଜ୍ୟ ସଂଯୋଜକ
ନବନିର୍ମାଣ ଯୁବଛାତ୍ର ସଂଗଠନ
Leave A Reply

Your email address will not be published.