ଦିଲ୍ଲୀରୁ ଫେରିଲେ ମନମୋହନ, ବିମାନବନ୍ଦରରେ ବିପୁଳ ସ୍ବାଗତ

0

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇଛନ୍ତି। ପାରମ୍ପରିକ ଢୋଲ, ବାଜା ବଜାଇ ତାଙ୍କୁ ସ୍ବାଗତ କରାଯାଇଛି। ଏୟାରପୋର୍ଟରୁ ଏକ ବାଇକ ରାଲିରେ ମନମୋହନଙ୍କୁ ପାର୍ଟି କାର୍ଯ୍ୟାଳୟ ଯାଏଁ ଅଣାଯିବ। ଗତକାଲି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିଲେ ମନମୋହନ ସାମଲ।

Leave A Reply

Your email address will not be published.