ବାଲେପୁର, ୧୭/୭(କୃଷ୍ଣ କୁମାର ମହାନ୍ତି): ପବିତ୍ର ରଥ ଯାତ୍ରା ଅବସରେ ସମ୍ବଲପୁରର ଗୌରୀଶଙ୍କର ପାର୍କ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କର ସମୂହ ଚିତ୍ରକଳା ପ୍ରଦର୍ଶନୀ ‘ମଣିମା’ ଉଦଘାଟିତ ହୋଇଯାଇଛି।
ପ୍ରଦର୍ଶନୀର ମୁଖ୍ୟ ସଂଯୋଜକ ଚିତ୍ରଶିଳ୍ପୀ କେଦାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆଯୁକ୍ତଙ୍କ କାର୍ଯ୍ୟାଳୟର ସହକାରୀ ନିର୍ଦେଶିକା କୁମାରୀ ଶୈଳଜା ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ କେ.ଭି.ଏସ୍ ସହକାରୀ କମିଶନର ମୁରଲୀଧର ସାହୁ, ଶିକ୍ଷାବିତ ତଥା ସାମାଜିକ କର୍ମୀ ଶ୍ରୀମତୀ କ୍ରିଷ୍ଣା ମହାଜନମ ଏବଂ ‘ସମାଜ’ ଖବରକାଗଜର ବରିଷ୍ଠ ସାମ୍ବାଦିକ ଡ. ସୁଜିତ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଅତିଥିମାନେ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଚିତ୍ରଗୁଡ଼ିକର ଉଚ୍ଚ ପ୍ରଶଂସା କରିବା ସହ ଆୟୋଜକମାନଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ସେମାନେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ଉତ୍ସାହିତ କରି କଳାର ପ୍ରସାର ପାଇଁ ପ୍ରେରଣା ଦେଇଥିଲେ।
ଏହି ପ୍ରଦର୍ଶନୀରେ କେଦାର ନାୟକଙ୍କ ସମେତ ନୟନ ମଲ୍ଲିକ, ସୁଧାଂଶୁ ନାୟକ, ପବିତ୍ର ମୋହନ ଶତପଥି, ପ୍ରଶାନ୍ତ ମାଝୀ, ଗୌରୀ ଶଙ୍କର ସିଂ, ସଞ୍ଜୟ ସାହୁ, କୁଲଦୀପ ବର୍ମା, ରଞ୍ଜିତା ମିଶ୍ର, ଦୀପିକା ଦେ, ସୁଶାନ୍ତ ମେହେର, ଛବିଳ ଦଳାଇ, ଅନୁରେଖା ଜେନା, ପ୍ରଭୁ ଦୟାଲ ତୀର୍କୀ, ନମିତା ବଡ଼ପଣ୍ଡା, ନୀଳକଣ୍ଠ ତାଣ୍ଡି, ପୁରୁଷୋତ୍ତମ ମିଶ୍ର, ଲିଙ୍କନ ନାୟକ, ତୃପ୍ତିମୟୀ ମେହେର, ସୁଜାତା ବେହେରା, ପ୍ରଭାସ କୁମାର ମେହେର, ରାଧାରାଣୀ ପଣ୍ଡା, ଶୁଭ୍ରସ୍ମିତା ମେହେର, କ୍ରିଷ୍ଣାରାଣୀ ପଟେଲ, ମନପ୍ରୀତ କୌର, ଜିତେନ୍ଦ୍ରୀୟ ବେହେରା, ନିବେଦିତା ବେହେରା, ଅସୁମିତ ନାୟକ, ଯତୀନ କୁମାର ପାଢ଼ୀ, ଭବାନୀ ଶଙ୍କର ପ୍ରଧାନ, ମନୋଜ ପ୍ରଧାନ, ସଞ୍ଜୟ କୁମାର ମହାରଣା, ପୂର୍ଣଚନ୍ଦ୍ର ମେହେର, ମନୀଷ ବିଶ୍ୱାଳ, ଲୋକନାଥ ସାହାଣୀ, ଭାଗବତ ପ୍ରସାଦ ମିଶ୍ର, ପ୍ରାଯେକ୍ତା ପଣ୍ଡା, ବିକାଶ ମାଝୀ, ସତ୍ୟନାରାୟଣ ମେହେର, କସ୍ତୁରୀ ପଟେଲ, ମଧୁସ୍ମିତା ନାୟକ ଏବଂ ବିଶ୍ୱ ରଞ୍ଜନ ସାହୁ, ଜାଗୃତି ନାୟକଙ୍କ ଆକର୍ଷଣୀୟ ଚିତ୍ରକୃତୀ ସ୍ଥାନ ପାଇଛି।
ସଭାକୁ ଅସୁମିତା ନାୟକ ପରିଚାଳନା କରିଥିବା ବେଳେ ବରିଷ୍ଠ ଚିତ୍ରଶିଳ୍ପୀ ପବିତ୍ର ମୋହନ ସତପଥି ଧନ୍ୟବାଦ ଅର୍ପଣ କରିଥିଲେ।
ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ପ୍ରତିଦିନ ପୂର୍ବାହ୍ନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ କଳାପ୍ରେମୀ ଓ ଦର୍ଶକଙ୍କ ପାଇଁ ମୁକ୍ତ ରହିବ ବୋଲି ଆୟୋଜକଙ୍କ ସୂତ୍ରରୁ କୁହାଯାଇଛି।