ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ଆତଙ୍କବାଦ କାଣ୍ଡ, ତଦନ୍ତ ଚାଲିଛି: ପୁଲିସ ମୁଖ୍ୟ

ନୂଆଦିଲ୍ଲୀ: ଶନିବାର ଦିନ ଉପକୂଳବର୍ତ୍ତୀ କର୍ଣ୍ଣାଟକର ମାଙ୍ଗାଲୁରୁରେ ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଆକସ୍ମିକ ନୁହେଁ, ସାଙ୍ଘାତିକ କ୍ଷତି ଘଟାଇବା ପାଇଁ ଅଭିସନ୍ଧି ଥିବା ଆତଙ୍କବାଦ କାଣ୍ଡ ବୋଲି ଆଜି ରାଜ୍ୟ ପୁଲିସ ମୁଖ୍ୟ ସୁନିଶ୍ଚିତ କରିଛନ୍ତି।

‘ଟୁଇଟର୍‌’ରେ ଏ ସମ୍ବାଦକୁ ସୁନିଶ୍ଚିତ କରି କର୍ଣ୍ଣାଟକ ‘ଡିଜିପି’ ପ୍ରବୀଣ ସୂଦ ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍‌ସିଙ୍କ ସହିତ ରାଜ୍ୟ ପୁଲିସ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି।

ଏହି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ରାଜ୍ୟ ପୁଲିସକୁ ସହଯୋଗ କରୁଥିବା କଥା କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ମଧ୍ୟ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଗତକାଲି ମାଙ୍ଗାଲୁରୁରେ ସଂଗଠିତ ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ରାଜ୍ୟ ପୁଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଛି। ଏହା ଆତଙ୍କବାଦବିଜଡ଼ିତ କାଣ୍ଡ ବୋଲି ସନ୍ଦେହ ହେଉଛି। ରାଜ୍ୟ ପୁଲିସଙ୍କ ସହିତ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ସବୁ ମଧ୍ୟ ଯୋଗ ଦେଇଛନ୍ତି।

Comments are closed.