ବିମାନରୁ ତଳକୁ ଡେଇଁପଡ଼ିଲେ ଯାତ୍ରୀ : ରନଓ୍ୱେରେ ବିମାନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ

0

ଚେନ୍ନାଇ : ବିମାନରୁ ତଳକୁ ଡେଇଁପଡ଼ିଲେ ଯାତ୍ରୀ। ଚେନ୍ନାଇ ବିମାନବନ୍ଦରରେ ଅବତରଣ ସମୟରେ ଏୟାର ଆରବିୟା ବିମାନର ଏମର୍ଜେନ୍ସି ଗେଟରୁ ବାହାରକୁ ଡେଇଁ ପଡ଼ିଲେ ଯାତ୍ରୀ। ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଅବତରଣବେଳେ ଏମର୍ଜେନେସି ଗେଟ୍ ଖୋଲି ରନଓ୍ୱେ ଉପରକୁ ଡେଇଁ ପଡିଥିଲେ ଯାତ୍ରୀ। ଏହାପରେ ରନଓ୍ୱେରେ ବିମାନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। କିଛି ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା।

ସାରଜାହରୁ ୨୩୧ ଯାତ୍ରୀଙ୍କୁ ନେଇ ଏୟାର ଆରବିୟାର ବିମାନ ଚେନ୍ନାଇରେ ପହଞ୍ଚିବା ସମୟରେ ଏହି ଘଟଣା ଘଟିଥିଲା। ସମ୍ପୃକ୍ତ ଯାତ୍ରୀ ପୁଡୁକୋଟାଇର ୩୪ ବର୍ଷୀୟ ମହମ୍ମଦ ସରିଫ ମହମ୍ମଦ ନଜମୁଦ୍ଦିନ ବୋଲି ଜଣାପଡିଛି। ପାଇଲଟ୍ ତୁରନ୍ତ ବିମାନଟିକୁ ଅଟକାଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।CISFର ଯବାନ ମାନେ ତୁରନ୍ତ ସ୍ପଟରେ ପହଞ୍ଚିଥିଲେ।

CISF ଯବାନ, ବୋମା ନିଷ୍କ୍ରିୟକାରୀ ବିଶେଷଜ୍ଞ ପହଞ୍ଚି ଯାଞ୍ଚ କରିଥିଲେ। ଯାତ୍ରୀଙ୍କୁ ପଚରାଉଚରା କରାଯାଉଛି। ତାଙ୍କ ମାନସିକ ଅବସ୍ଥା ଯାଞ୍ଚ କରାଯାଉଛି।

Leave A Reply

Your email address will not be published.