ମୈତ୍ରେୟୀ ଲେଖିକା ସଂଗଠନ ତରଫରୁ ୭୦ ପରିବାରକୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ

0

ଭଞ୍ଜନଗର : ବାତ୍ୟା ଅର୍ଣ୍ଣବ ଓ ବନ୍ୟାର ବିଭୀଷିକା ପରେ ଭଞ୍ଜନଗର ବ୍ଲକର ଅଧିକାଂଶ ପଞ୍ଚାୟତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ଜୀବିକା ଏବେ ବିପଦରେ। ଭୁବନେଶ୍ୱରସ୍ଥିତ ମୈତ୍ରେୟୀ ଲେଖିକା ସଂଗଠନ ତରଫରୁ ଶଙ୍ଖସାହିରେ ୩୫ ପରିବାର ଏବଂ ସାନକୋଦଣ୍ଡା ପଞ୍ଚାୟତର ଚଢ଼େୟାପଲ୍ଲୀର ହରିଜନ ସାହିରେ ୩୫ ପରିବାରକୁ ମହିଳା ଲୁଗା, ପୁରୁଷମାନଙ୍କ ପାଇଁ ଲୁଙ୍ଗି ଓ ଚାଦର ସହିତ ବିସ୍କୁଟ ବଣ୍ଟନ କରାଯାଇଥିଲା। ସଂଗଠନର ସଭାପତି ଡକ୍ଟର ସୁଷମା ମିଶ୍ର ଓ ସମ୍ପାଦିକା ଲକ୍ଷ୍ମୀ ଚାନ୍ଦଙ୍କ ନେତୃତ୍ୱରେ ଭଞ୍ଜନଗର ଅଞ୍ଚଳରେ ରହିଥିବା ମୈତ୍ରେୟୀ ପରିବାରର ସଦସ୍ୟା ପ୍ରଭାତୀ ମଞ୍ଜରୀ ବେହେରା ଏହାର ଦାୟୀତ୍ୱ ନେଇ ପରିଚାଳନା କରିଥିଲେ। ଅନ୍ୟ ସଦସ୍ୟା କଳ୍ପନା କୁମାରୀ ପ୍ରଧାନ, ସୁଜାତା ଷଡ଼ଙ୍ଗୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହା ସହିତ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସହ ସମ୍ପାଦିକା ରଞ୍ଜୁଲତା ବେହେରା, ସାଂସ୍କୃତିକ ସମ୍ପାଦିକା ପ୍ରଣତି ପାଣିଗ୍ରାହୀ, ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା ସମେତ ଆଶାଲତା ବେହେରା ସହଯୋଗ କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.