ମାଁ ସମଲେଇ ପ୍ରକଳ୍ପ ର ଲୋକାର୍ପଣ ପାଇଁ ସୁବର୍ଣ୍ଣପୁର ର ପ୍ରମୁଖ ଦେବୀପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର:

ସୁବର୍ଣ୍ଣପୁର:-ଆସନ୍ତା ୨୭ ତାରିଖ ରେ ସମ୍ବଲପୁରରେ ଲୋକାର୍ପଣ ହେବାକୁ ଥିବା ମାଁ ସମଲେଇ ପ୍ରକଳ୍ପ ସମ୍ବଲପୁର ପାଇଁ ଆଜି ସମ୍ବଲପୁର ର ମାଁ ସମଲେଇ ଙ୍କ ମନ୍ଦିରରୁ ସୋନପୁର ର ଇଷ୍ଟଦେବୀ ମାଁ ସୁରେଶ୍ବରୀ, ମାଁ ସମଲେଇ, ଲଙ୍କେଶ୍ବରୀ, ଖମ୍ବେଶ୍ବରୀ, ମେଟାକନି ଓ ତେଲେଣ୍ଡା ର ରାମଚଣ୍ଡୀଙ୍କ ପାଖ କୁ ବିଚିତ୍ରାନନ୍ଦ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ, ହେମନ୍ତ ମିଶ୍ର ଟ୍ରଷ୍ଟି, ଓକିଲ ରାୟ ପୂଜକ, ଅମୀୟ ରାୟ ପୂଜକ ଙ୍କ ଏକ ପ୍ରତିନିଧୂ ଦଳ ସୁବର୍ଣ୍ଣପୁର କୁ ଆସି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ମାଁ ସମଲେଇ ମନ୍ଦିର ର ନଡ଼ିଆ ଗୁଆ କଳସ କୁ ମାଁ ସୁରେଶ୍ବରଶ୍ବରୀ ଙ୍କ ମନ୍ଦିର ପରିସରରେ ମନ୍ଦିର ପ୍ରଶାସନ ଓ ନାଗରିକ କମିଟି ତଥା ନାମ କୀର୍ତ୍ତନ ସହ ମହିଳା ମାନଙ୍କ ଦ୍ବାରା ଭବ୍ୟ ସ୍ବାଗତ କରଯାଇ ପାଛୋଟି ନିଆଯାଇଥିଲା । ମାଁ ସୁରେଶ୍ବରୀଙ୍କ ମନ୍ଦିରରେ ନିମନ୍ତ୍ରଣ ପହଞ୍ଚିଲାପରେ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ମାଁ ସୁରେଶ୍ବରୀଙ୍କ ଠାରେ ପୂଜା ଅର୍ଚ୍ଚନା କରଯାଇଥିଲା l ମାଁ ସମଲେଶ୍ୱରୀଙ୍କ ନିମଂତ୍ରଣ କୁ ପ୍ରତିନିଧି ଦଳ ଭବ୍ୟ ସମାରୋହରେ ସୁବର୍ଣ୍ଣପୁର ଦେବୀ ପୀଠର ଉପସ୍ଥିତ ପୂଜକ ଙ୍କୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରୟଣ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡା ଅଧୂକାରୀ ଚିତ୍ତ ରଂଜନ ମିଶ୍ର, ସୋନପୁର ପୌର ନିର୍ବାହୀ ଅଧୂକାରୀ ମନୋରଞ୍ଜନ ପଣ୍ଡା,ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ସୁଚନା ଲୋକ ସଂପର୍କ ଅଧୂକାରୀ ଅଶ୍ବିନୀ ଭୋଇ ବୈକୁଣ୍ଠ ଶତପଥୀ ଓ ଭକ୍ତ ବୃନ୍ଦ, ଏସ ଏଚ ଜି କର୍ମକର୍ତ୍ତା,ବୁଦ୍ଧିଜୀବି , ମିଡିଆ କର୍ମକର୍ତ୍ତା ସାମିଲ ଥିଲେ |

Comments are closed.