ମା’ ଲକ୍ଷ୍ମୀଙ୍କ ମକର ଭାର

ଅର୍ଜୁନୀ ଚରଣ ବେହେରା

ମା’ ଲକ୍ଷ୍ମୀଙ୍କ ମକର ଭାର
——————————
ମକର ସଂକ୍ରାନ୍ତି ଦିନ କି ବିଚାରି ମୁହିଁ l
ଶ୍ରୀକ୍ଷେତ୍ର ଚାଲିଲି ଜଗା ଦରଶନ ପାଇଁ ll
ଦେଖିଲି ସେବକ ଗଣ ବଡ଼ ତତପର l
ଲକ୍ଷ୍ମୀଙ୍କର ବାପଘରୁ ଆସିଅଛି ଭାର ll
ଧନୁ ସଂକ୍ରାନ୍ତିରୁ ଯାଇଥିଲେ ବାପ ଘର l
ମକରେ ଫେରିଲେ ଧରି ମକରର ଭାର ll
ପିତା ରତ୍ନାକର ଜଗନ୍ନାଥ ଜୋଇଁ ପାଇଁ l
ଜାମା ଯୋଡ ଅଳଙ୍କାର ଦେଇଛି ପଠାଇ ll
ଆରିସା,ମାଲପା ଆଦି ନାନା ଜାତି ପିଠା l
ମକର ଚାଉଳ ପୁଣି ତା’ ସଙ୍ଗତେ ମିଠା ll
ଶାଶୁ ବରୁଣାଣି ବଡ଼ଖିଆ ଜୋଇଁ ପାଇଁ l
ବ୍ୟବସ୍ଥା କରିଛି ସବୁ ବରୁଣକୁ କହି ll
କାଳିଆର ମନେ ନାହିଁ ଟିକିଏ ସରାଗ l
ଲକ୍ଷ୍ମୀଙ୍କ ଉପରେ ତାଙ୍କ ପଞ୍ଚମରେ ରାଗ ll
ଏକ ମାସ ହେଲା ଭଲ ଲକ୍ଷ୍ମୀ ଯାଇଥିଲା l
ମା’ଯଶୋଦା ଖୋଉଥିଲେ କରି କେତେ ଗେଲ୍ହା ll
ସେ ଅମୃତ ଏବେ ମୋତେ ଦୁର୍ଲଭ ହୋଇବ l
ସାଗର ଦୁଲଣୀ କାହୁଁ ସେ ଅମୃତ ଦେବ ll
ମହାଲକ୍ଷ୍ମୀ ରୋଷ ହେଲେ ଏକଥାକୁ ଜାଣି l
ହଉରେ କାଳିଆ ତୋତେ ପିଆଉଛି ପାଣି ll
ଖାଇ ମୁଁ ଫେରି ଆସିଲି ଦୁଇ ଗୋଟି ଖଜା l
ଧନ୍ୟରେ କାଳିଆ ଧନ୍ୟ ତୋ ଲକ୍ଷ୍ମୀ ଭାରିଜା ll
🙏🙏🙏
ଅର୍ଜୁନୀ
———————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.