ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ହଟ୍ଟଗୋଳ ମଧ୍ୟରେ ଲୋକସଭା କାର୍ଯ୍ୟ ଅନିଶ୍ଚିତକାଳ ପାଇଁ ମୁଲତବୀ ରଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ ମଧ୍ୟ ଶେଷ ଦିନରେ ପହଞ୍ଚିଥିଲେ। ଜୁଲାଇ ୨୦ ତାରିଖ ପରେ ପ୍ରଥମ ଥର ପାଇଁ ଅଧିବେଶନର ଶେଷ ଦିନର ସମାପ୍ତି ସମୟରେ ଅମିତ ଶାହ ଗୃହରେ ଉପସ୍ଥିତ ଥିଲେ। ଲୋକସଭା ମୁଲତବୀ ପୂର୍ବରୁ ସମସ୍ତ ସାଂସଦମାନଙ୍କ ଦ୍ଵାରା ରାଷ୍ଟ୍ର ଗୀତ ଗାନ କରାଯାଇଥିଲା। ଏବଂ ଏହାପରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଅନିଶ୍ଚିତକାଳ ପାଇଁ ମୁଲତବୀ ଘୋଷଣା କରିଥିଲା।
Sign in
Sign in
Recover your password.
A password will be e-mailed to you.